ଅଙ୍ଗନୱାଡି କେନ୍ଦ୍ରରେ ଅଙ୍କୁର ଦିବସ ପାଳିତ

ଖଇରା,(ନାଗରାଜ ନ୍ୟୁଜ): ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ରରେ ଅଙ୍କୁର ଦିବସରେ ବାର୍ଷିକ ଅଙ୍କୁର ଦିବସ ପାଳନ ନିମନ୍ତେ ସରକାରଙ୍କ ତରଫରୁ ପ୍ରତି କେନ୍ଦ୍ରକୁ ନିର୍ଦ୍ଦେଶ ଥିଲା । ସେହି ନିର୍ଦ୍ଦେଶ ଅନୁସାରେ ପ୍ରତି କେନ୍ଦ୍ର ବାର୍ଷିକ ଅଙ୍କୁର ଦିବସ ପାଳନ କରିଥିଲା । ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତରେ ଥିବା ପଦୁନା ଅଙ୍ଗନୱାଡି କେନ୍ଦ୍ରରେ ମଧ୍ୟ ପାଳନ ହୋଇଥିଲା । ଶିଶୁର ବିକାଶ ପାଇଁ ଖେଳ ଅପରିହାର୍ଯ୍ୟ । ଖେଳ ମାଧ୍ୟମରେ ଶିଶୁ ଅନେକ କିଛି ଶିଖି ପାରୁ ଥିବାରୁ ଅଙ୍କୁର ଦିଵସ ଆୟୋଜନ କରାଇ ଅଧିକ କିଛି ଶିକ୍ଷା ଦେବା ପାଇଁ ମହିଳା ଓ ଶିଶୁ ବିଭାଗର ଉଦ୍ୟମ ପ୍ରଶଂସନୀୟ ଅଟେ ।

କେନ୍ଦ୍ରର ୱାର୍କର ସଞ୍ଜୁକ୍ତା ସେଣ୍ଢ ବିଭାଗର ନିର୍ଦ୍ଦେଶକୁ ସମ୍ମାନ ଜଣାଇ ପଢୁଥିବା ୩ ରୁ ୬ ବର୍ଷର ଶିଶୁ ମାନଙ୍କୁ ନେଇ ବିଭିନ୍ନ ପ୍ରକାର ଖେଳର ଆୟୋଜନ କରିଥିଲେ । ଖେଳ ମଧ୍ୟରେ ଦୌଡ ପ୍ରତିଯୋଗିତା, ମୋଭିଙ୍ଗ୍ ଚେୟାର ଓ ବେଙ୍ଗ ଡିଆଁ ଭଳି ବିଭିନ୍ନ ପ୍ରତିଯୋଗିତା କରାଇଥିଲେ । ଏଥିରେ ଓଁ ପ୍ରକାଶ ବେହେରା ପ୍ରଥମ, ଦେବରାଜ ପୃଷ୍ଟି ଦ୍ବିତୀୟ, ଅଭିଲିପ୍ସା ସୂତାର ତୃତୀୟ ଓ ତପସ୍ବିନୀ ବେହେରା ଚତୁର୍ଥ ସ୍ଥାନ ଅଧିକାର କରିଥିଲେ । କେବଳ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ କେନ୍ଦ୍ର ତରଫରୁ ଖାତା ଓ ପେନ୍ ପ୍ରଦାନ କରାଯାଇଥିଲା । କେନ୍ଦ୍ରର ସହାୟିକା ତିଳୋତ୍ତମା ମହାରଣା, ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ଗ୍ରାମବାସୀ ମାନେ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ୱାର୍କର ଶ୍ରୀମତୀ ସେଣ୍ଢଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ,

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.