ଅନୁଷ୍ଠିତ ହେବ ବୈଶାଖୀ ଆନ୍ତର୍ଜାତିକ ବାଣିଜ୍ୟ ମେଳା

କଟକ,(ନାଗରାଜ ନ୍ୟୁଜ): କଟକ ବୈଶାଖୀ ବାଣିଜ୍ୟ ମେଳା କମିଟି ଆନୁକୂଲ୍ୟରେ ଚଳିତ ବର୍ଷ ବାଲିଯାତ୍ରା ପଡିଆ ଠାରେ ମାର୍ଚ୍ଚ 29 ତାରିଖ ଠାରୁ ଅପ୍ରେଲ 7 ତାରିଖ ପର୍ଯ୍ୟନ୍ତ 10 ଦିନ ବ୍ୟାପୀ କଟକ ବୈଶାଖୀ ଆନ୍ତର୍ଜାତିକ ବାଣିଜ୍ୟ ମେଳା ଅନୁଷ୍ଠିତ ହେବ। ଏହି ମେଳା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏହି ମେଳାରେ ବୃହତ ବାଣିଜ୍ୟ ଉଦ୍ୟୋଗର ଭାରତ ବାହାରୁ 10 ଟି ଦେଶର ଉଦ୍ୟୋଗୀ ଓ 22ଟି ରାଜ୍ୟର କ୍ଷୁଦ୍ର, ମଧ୍ୟମ ଓ ବୃହତ୍ ଉଦ୍ୟୋଗୀ ମାନେ ଅଂଶ ଗ୍ରହଣ କରିବେ। ଏହି ମେଳାରେ 520 ଟି ଷ୍ଟଲ ଖୋଲିବ। ପୂର୍ବତନ ମହାନଗର ପାଳ ତ୍ରିଲୋଚନ କାନୁନଗୋ ଙ୍କୁ ଚଳିତ ବର୍ଷ ରୁଚି ବୈଶାଖୀ ସମ୍ମାନରେ ସମ୍ମାନୀତ କରାଯିବ। ଚଳିତ ବର୍ଷ ଅଫ୍ ଗାନି ସ୍ଥାନ,ଥାଇଲାଣ୍ଡ,ବଙ୍ଗଳା ଦେଶ, ମାଲେସିଆ, ଦୁବାଇ, ଇରାନ,ଓ ତୁର୍କୀ ଶିଳ୍ପୋଦ୍ୟୋଗୀ ମାନେ ବିଭିନ୍ନ ସୌଖିନ ଓ ଘରୋଇ ଉପକରଣ ଷ୍ଟଲ ଖୋଲିବେ। ଭାରତ ର ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିଆନା, ରାଜସ୍ଥାନ, ବିହାର, ପଶ୍ଚିମ ବଙ୍ଗ, ମଣିପୁର, ଆସାମ, ଜାମ୍ମୁ କାଶ୍ମୀର, ଏବଂ ସ୍ଥାନୀୟ ଉଦ୍ୟୋଗୀ ମାନେ କୁଶଳୀ କାରିଗର ମାନଙ୍କ ଦ୍ଵାରା ପ୍ରସ୍ତୁତ ବିଭିନ୍ନ ହସ୍ତ୍ ଶିଳ୍ପ, ହସ୍ତ ତନ୍ତ୍ର ସାମଗ୍ରୀ ଏହି ମେଳାରେ ଉପଲବ୍ଧ ହେବ। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ମହିଳା ସ୍ଵଂ ସହାୟକ ଗୋଷ୍ଠୀ ଏହି ମେଳାରେ ସେମାନଙ୍କର ଉତ୍ପାଦକ ସାମଗ୍ରୀ ବିକ୍ରୟ କରିବେ। ଓଡ଼ିଶାର ପ୍ରତିଷ୍ଠିତ ରୁଚି ଫୁଡ୍ ଲାଇନ୍ ପକ୍ଷରୁ ଏହି ମେଳାରେ ଗ୍ରାହକ ମାନଙ୍କ ପାଇଁ ସ୍ବତନ୍ତ୍ର ଅଫର ରହିଛି। ରୁଚି ପକ୍ଷରୁ ବିଭିନ୍ନ ପ୍ରକାର ଖାଦ୍ୟ ଏଠାରେ ଉପଲବ୍ଧ ହେବ। ଆସନ୍ତା ମାର୍ଚ୍ଚ 29 ତାରିଖ ଅପରାହନ୍ନ ରେ ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଉପସ୍ଥିତିରେ 2023 କଟକ ବୈଶାଖୀ ଆନ୍ତର୍ଜାତିକ ବାଣିଜ୍ୟ ମେଳା ଉଦ୍ଘାଟିତ ହେବ। ଆଜି ବାରବାଟି ଷ୍ଟାଡିୟମ୍ ଠାରେ ବାଣିଜ୍ୟ ମେଳା କମିଟି ଦ୍ବାରା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରୁଚି ର ମୁଖ୍ୟ ପରିଚାଳକ ଶରତ ସାହୁ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷ, ନିରାମୟ ର ଉପଦେଷ୍ଟା ରଞ୍ଜନ ବିଶ୍ଵାଳ, ଦେବିପ୍ରସାଦ ଦାସ, ମଧୁସୂଦନ ସାହୁ, ସଞ୍ଜୀବ ବେହେରା ପ୍ରମୁଖ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ।

Leave a Reply

Your email address will not be published. Required fields are marked *