“ବନଭୂମି ସମାଚାର” ସ୍ବନକ୍ଷେତ୍ର ଉତ୍ସବ ପାଳିତ

କଟକ,(ନାଗରାଜ ନ୍ୟୁଜ): କେନ୍ଦୁଝର ଜିଲାର ଶକ୍ତିପୀଠ ଘଟଗାଁ ଠାରେ ଆନନ୍ଦପୁର ମହାବିଦ୍ୟାଳୟ ପ୍ରାକ୍ତନ ଅଧ୍ୟକ୍ଷ ତଥା “ବନଭୂମି ସମାଚାର” ବାର୍ତା ସମ୍ପାଦକ ରମାକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ମାଟି ଓ ମଣିଷର କଥା କହୁଥିବା ପାକ୍ଷିକ ସମ୍ବାଦ ପତ୍ର “ବନଭୂମି ସମାଚାର” ପ୍ରଥମ ସ୍ବ-ନକ୍ଷେତ୍ର ଉତ୍ସବ ଖୁବ୍ ନିରାଡମ୍ବରପୂର୍ଣ ଭାବେ ପାଳିତ ହୋଇଯାଇଛି। ଇତ୍ୟବସରରେ ଅତିଥୀଙ୍କ ଦ୍ବାରା “ବନଭୂମି ସମାଚାର” ସ୍ବ-ନକ୍ଷେତ୍ର ବିଶେଷାଙ୍କ ଉନ୍ମୋଚିତ ହୋଇଛି। କାର୍ଯ୍ୟକ୍ରମରେ କେନ୍ଦୁଝର ମାଟିର ଗୌରବ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ସମ୍ମାନୀତ ଅତିଥୀଙ୍କ ସହଯୋଗରେ କେନ୍ଦୁଝର ଜିଲ୍ଲାର ରାଷ୍ଟ୍ରଦେବୀ ମା ତାରିଣୀଙ୍କୁ ଆରାଧନା ପୂର୍ବକ ଏହି ଉତ୍ସବର ଶୁଭ ଉଦଘାଟନ କରିଥିଲେ। “ବନଭୂମି ସମାଚାର” ଏ ମାଟିର ଅସହାୟ , ବଚିଂତ , ନିସ୍ପେସିତ ମଣିଷର କଥା କହୁ ବୋଲି ସେ ତାଙ୍କର ବକ୍ତବ୍ୟରେ କହିଛନ୍ତି। ସେହିପରି ସମୃଦ୍ଧ ସମାଜ ନିର୍ମାଣ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରୁଥିବା ଅମୂଳକ ଚିନ୍ତାଧାରା , କୁସଂସ୍କାର, ବୈଦିକରୀତି, ଭୌତିକ ଓ ଅଲୌକିକ ଘଟଣାବଳୀ ଗୁଡିକରେ ସୁଧାରଆଣି ସାମାଜିକ ଜୀବନକୁ ଅଧିକ ସମୃଦ୍ଧ କରିବାରେ ସମ୍ବାଦପତ୍ର ନିରପେକ୍ଷ ସମ୍ବାଦ ପରିବେଷଣରେ ସାମ୍ବାଦିକତାର ବେସାଲିସ୍ ଓ ଦୁଃସାହସିକତା ଅପରିହାର୍ଯ୍ୟ ସାଧନା କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି – ମୁଖ୍ୟବକ୍ତା ପ୍ରାକ୍ତନ ଦୂରଦର୍ଶନ ବାର୍ତା ସଂପାଦକ ସୁଧାଂଶୁ ଶେଖର ଧତା ଉଦବୋଧନ ଦେଇଥିଲେ। ସମ୍ମାନୀତ ଅତିଥୀ ଭାବେ ଶିଳ୍ପପତି ଅଶୋକ କୁମାର ରାଉତ ଯୋଗଦେଇ ଗ୍ରାମାଞ୍ଚଳରୁ ପ୍ରକାଶିତ ସମ୍ବାଦ ପତ୍ରର ଉତୋରତର ଉନ୍ନତି କାମନା କରି ନିସର୍ତ ସହଯୋଗ ଓ ସମର୍ଥନର ପ୍ରତିସୂତୀ ଦେଇଛନ୍ଥି। ଅନୁରୂପଭାବେ ସମାଜକୁ ବହୁବିଧ ପ୍ରଶଂସିତ ପାଇଁ ପଦ୍ମଶ୍ରୀ ମାଗୁଣୀ କୁଅଁର , ଓଲିଉତ୍ ନିର୍ଦେଶକ ଲିଟିଲ୍ ମାଷ୍ଟର ବିନୋଦ ରାଉତ , ସମାଜସେବୀ ମନୋଜ କୁମାର ପରିଡା , ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାଓ୍ବାର ଲିମିଟେଡ୍ ଉପ -ସଭାପତି ପ୍ରମୋଦ କୁମାର ପାତ୍ର ଏବଂ ଆରିୟା ଆଇରନ ଆଣ୍ଡ ଷ୍ଟିଲ କଂପାନୀ ମୁଖ୍ୟ ପ୍ରବନ୍ଧକ ପ୍ରଭେଶ ପାଣ୍ଡେ ପ୍ରମୁଖଙ୍କୁ ମାନପତ୍ର ଦେଇ ସମ୍ମାନୀତ ଓ ସମ୍ବର୍ଧିତ କରାଯାଇଛି। ଶିକ୍ଷାବିତ୍ ଶ୍ରୀଧର ମହାରଣା , ମୋହନ କୁମାର ମହାନ୍ତି , କୁମାରୀ ନାଥ ଶର୍ମା ମାନପତ୍ର ପଠନ କରିଥିଲେ। କବି ପ୍ରଫୁଲ୍ଲ କୁମାର ଚକ୍ର କାର୍ଯ୍ୟକ୍ରମ ଉପସ୍ଥାପନା ଓ ମଞ୍ଚ ପରିଚାଳନା କରିଥିଲେ। ” ବନଭୂମି ସମାଚାର” ସଂପାଦକ ପ୍ରଫୁଲ୍ଲ ମହାନ୍ତିଙ୍କ ଆବେଗପୂର୍ଣ ମାର୍ମିକ ବାର୍ଷିକ ବିବରଣୀ ପାଠ ଖୁବ୍ ତାତ୍ପର୍ଯ୍ୟପୂର୍ଣ , ହୃଦୟ ସ୍ପର୍ଷି ହୋଇଥିଲା । ଗାଳ୍ପିକ ତଥା ଔପନ୍ୟାସିକ ହଳଧର ପଣ୍ଡା କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published.