ହିତାଧିକାରୀଙ୍କ ଜମି ଲୁଟ

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ରାଇତଳା ପଞ୍ଚାୟତର କୋକେଇଦା ଗ୍ରାମର ୧୦ଜଣ ଲୋକ ସରକାରଙ୍କ ପକ୍ଷରୁ ୨୦୦୪ ମସିହାରେ ଗୁଁଠିକିଆ ପଟା ପାଇଥିଲେ । ସେବେଠାରୁ ନିଜ ନିଜର ଜାଗା ଚିହ୍ନଟ ପାଇଁ ଦିର୍ଘ ୧୭ ବର୍ଷ ହେଲା ଏ ଅଫିସରୁ ସେ ଅଫିସ ଧାଇଁ ଧାଇଁ ହତୋତ୍ସାହିତ ହେବା ପରେ ବର୍ତ୍ତମାନର ଯୁବ ତହସିଲଦାର ଇନଚାର୍ଜ ଏବଂ ଗଁନ୍ଦିଆ ଥାନାର ଭାରପ୍ରାପ୍ତ ଅଧିକାରୀ ବିଷ୍ଣୁ ଚରଣ ବାରିକଙ୍କର ନେତୃତ୍ୱରେ ନଭେମ୍ବର ୩୦ ତାରିଖ ଦିନ ଜବରଦଖଲ ଉଚ୍ଛେଦ କରି ଏହି ୧୦ ଜଣଙ୍କ ଜମିକୁ ସିମେଣ୍ଟ ଖୁଣ୍ଟି ପୋତି ସେମାନଙ୍କୁ ଚିହ୍ନଟ ଦେଇଥିଲେ । କିନ୍ତୁ ପୁନର୍ବାର ପୋଲିସ ପ୍ରଶାସନ ଓ ତହସିଲ ପ୍ରଶସନକୁ ଚ୍ୟାଲେଞ୍ଜ କରି ସେମାନେ କରାଇଥିବା ଚିହ୍ନଟ ଜାଗାକୁ ଜବର ଦଖଲକାରୀମାନେ ବଳପୂର୍ବକ ବାହୁବଳ ଓ ଗୁଣ୍ଡା ବଳ ଦେଖାଇ ପ୍ରଶାସନ ଦେଇଥିବା ଚିହ୍ନଟକୁ ଗତ ୩ ତାରିଖରେ ଜୋର ଜବରଦସ୍ତ ସିମେଣ୍ଟ ଖୁଣ୍ଟି ଗୁଡ଼ିକୁ ବାଡେଇ ଭାଙ୍ଗି ଦେଇଥିଲେ । ସେଥିନିମନ୍ତେ ଆଜି ନିରିହ ୧୦ ଜଣ ଗୁଁଠିକିଆ ପଟା ଧାରୀ ଗ୍ରାମର କିଛି ବ୍ୟକ୍ତିଙ୍କୁ ଧରି ଗଁନ୍ଦିଆ ତହସିଲ ଅଫିସରେ ପହଞ୍ଚିଥିଲେ । ତହସିଲଦାର ଆଶିଷ ରଂଜନ ସାହୁ ଜବରଦଖଲକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରତିଶୃତି ଦେଇଥିଲେ ।

Leave a Reply

Your email address will not be published.