ଭୀମରାଓ ରାମଜୀ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ

ଆଠମଲ୍ଲିକ, (ନାଗରାଜ ନ୍ୟୁଜ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଆମ୍ବସରମୁଣ୍ଡା ପଞ୍ଚାୟତରେ ଗୁରୁ ଗୋବର୍ଦ୍ଧନ ବିହାରଠାରେ ଭାରତରତ୍ନ ଭିମୀରାଓ ରାମଜୀ ଆମ୍ବେଦକରଙ୍କର ୬୬ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଆମ୍ବସରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନୁଷ୍ଠାନର ମୁଖ୍ୟ ଫୁଲେ ଆମ୍ବେଦକର ବୌଦ୍ଧିକତା ପ୍ରେରଣା କେନ୍ଦ୍ରର ପ୍ରତିଷ୍ଠାତା କରୁଣାକର ନାୟକ ପୁଷ୍ପମାଲ୍ୟ ଦେଇ ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ସାମ୍ବାଦିକ ଧନଞ୍ଜୟ ନାୟକ ସମ୍ମାନୀୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଛାତ୍ରଛାତ୍ରୀଙ୍କ ସମେତ ଗ୍ରାମର ପ୍ରତ୍ୟେକ ଲୋକେ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published.