ହିନ୍ଦୁତ୍ବର ପ୍ରଚାର ପ୍ରସାର ପାଇଁ କୁତ୍ରା ବଜରଙ୍ଗ ଦଳ ପକ୍ଷରୁ ବାଇକ ରାଲି

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ଥାନା ଅଧୀନରେ ଥିବା‌ ସତ୍ୟମ ପେଟ୍ରୋଲ ଟାଙ୍କି ପାଖରୁ ଆଜି ବଜରଙ୍ଗଦଳ କୁତ୍ରା ତରଫରୁ ଶହଶହ ଲୋକ ଙ୍କୁ ନେଇ ଆଜି ଏକ ‌ବାଇକ ରାଲି କରାଯାଇଥିଲା। ଏହି ବାଇକ୍ ରାଲି ଯୋଗୁଁ କୁତ୍ରା ବସଷ୍ଟାଣ୍ଡ ର ଉଭୟ ପାଶ୍ୱର୍ରେ ୧୦/ମିନିଟ ପର୍ଯ୍ୟନ୍ତ ସମସ୍ତ ଗାଡିଗୁଡିକ ଛିଡ଼ା। ହୋଇ ରହିଥିଲା। ପରେ କୁତ୍ରା ପୋଲିସ ଖବର‌ପାଇ ଏସ୍ ଆଇ ନାୟକ ବାବୁ ସଦଳବଳେ ଘଟଣାସ୍ଥଳରେ ପହଂଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଏସମ୍ପର୍କରେ ଆମ ପ୍ରତିନିଧି ବଜରଙ୍ଗ ଦଳ କୁତ୍ରା କୁ ପଚାରିବାରୁ ସେ କହି ଥିଲେ ଯେ‌ , ଆଜିର ଏହି ପବିତ୍ର ରାମନବମୀ ଉପଲକ୍ଷେ କୁତ୍ରା ବ୍ଳକ ର ସମସ୍ତ ହିନ୍ଦୁ ଭାଇଭଉଣୀ ଏକତ୍ରିତ ହୋଇ ଏକତା ବଜାଇ ରଖିବା ର‌ ମହତ ଉଦ୍ଦେଶ୍ୟ ‌ପାଇ ଏ‌ହି ବାଇକ୍ ରାଲି କରାଯାଇଥିବାର ସୂଚନା ଦେଇଥିଲେ।

ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

Leave a Reply

Your email address will not be published.