ଘୁମୁସରରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପିର ବିରୋଧ

ଗଞ୍ଜାମ, (ନାଗରାଜ ନ୍ୟୁଜ ): ମମିତା ମେହର ହତ୍ୟାକାଣ୍ଡ ଘଟଣାର ତୀବ୍ର ପ୍ରତିବାଦ କରି ରାଜ୍ୟ ବିଜେପି ନିର୍ଦ୍ଦେଶରେ ଗଞ୍ଜାମ ଜିଲ୍ଲା ବୁଗୁଡା ବିଜେପି ପକ୍ଷରୁ ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଳିକଙ୍କ ନେତୃତ୍ୱରେ ଆଜି ଏକ ଗଣ ବିକ୍ଷୋଭ ପ୍ରଦର୍ଶନ କରିଯାଇଥିଲା । ଏହି ବିକ୍ଷୋଭରେ ନଗର ସଭାପତି ସୂର୍ୟ୍ୟ ନାରାୟଣ ମହାନ୍ତି, ପୂର୍ବତନ ନଗର ସଭାପତି ହର ପ୍ରସାଦ ଦାଶ, ବରିଷ୍ଠ ନେତା ଗଙ୍ଗାଧର ନାୟକ, ବିଷ୍ଣୁ ଚରଣ ପ୍ରଧାନ, ପଞ୍ଚାନନ ସାହୁ, ତ୍ରିଲୋଚନ ସାହୁ, ରାଧାମାଧବ ପରିଡା, ବସନ୍ତ କୁମାର ସ୍ୱାଇଁ ଓ କୈଳାଶ ପ୍ରଧାନ ପ୍ରମୁଖ ଶତାଧିକ କର୍ମୀମାନେ ଅଂଶଗ୍ରହଣ କରିଥିଲେ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ପ୍ରତାପ ଜେନା ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେବା ସହ କୁଶପୁତ୍ତଳିକା ଦାହ କରିଥିଲେ । ଏହାସହ ମମିତା ମେହେରଙ୍କୁ ନ୍ୟାୟ ଦାବି କରିଥିଲେ । ଯହି ଆଗାମୀ ଦିନରେ ମିମିତାଙ୍କୁ ନ୍ୟାୟ ନ ମିଳେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ଘୁମୁସର ଜିଲ୍ଲା ସଭାପତି ।

Leave a Reply

Your email address will not be published.