ଆଠ ଶହ କୋଟି ଟଙ୍କା ବ୍ୟୟ ବରାଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

କଟକ,(ନାଗରାଜ ନ୍ୟୁଜ): ଓଡ଼ିଶାର ଉପକୂଳ ବର୍ତ୍ତି 9 ଟି ଜିଲ୍ଲାର 17ଟି ଅବବାହିକା ଓ ତିନି ଟି ଅଣ ଅବବାହିକା ଅଞ୍ଚଳରେ ଚାଷ ଜମି ଜଳ ବନ୍ଦୀ ମୁକ୍ତ କରିବା ସହିତ ଜଳ ନିଷ୍କାସନ ପ୍ରକ୍ରିୟା ତ୍ୱରାନିତ୍ଵ କରି। ଜଳ ନିଷ୍କାସନ ସମସ୍ୟାର ନିରାକରଣ ଲାଗି 2014-15 ରୁ 2018-19 ଏହି ପାଞ୍ଚ ବର୍ଷ ପାଇଁ ଡ୍ରେନେଜ୍ ଉନ୍ନତି କାର୍ଯ୍ୟ କ୍ରମ କରାଯାଇଥିଲା। ଏଥିରୁ ଚଳିତ 2019 ଏବଂ 22/23 ବର୍ଷ ପାଇଁ ପାଞ୍ଚ ଶହ କୋଟି ଟଙ୍କା ପାଞ୍ଚ ବର୍ଷରେ ବ୍ୟୟ କରାଯାଇ ଡ୍ରେନେଜ ଉନ୍ନତି କାର୍ଯ୍ୟ କ୍ରମକୁ ତ୍ଵରାନିତ୍ଵ କରିବା ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଯୋଜନାରେ କଟକ ଜିଲ୍ଲା ଉପ କୂଳ ବର୍ତ୍ତି ଅଞ୍ଚଳକୁ ଅଧିକ ଗୁରୁତ୍ଵ ଦିଆଯାଇଛି। ପ୍ରକଳ୍ପ ର ମୂଲ୍ୟ ବୃଦ୍ଧି କରାଯାଇ ଦ୍ରେନେଜ୍ ଉନ୍ନତି କାର୍ଯ୍ୟ ପାଇଁ 2023/24 ରେ ପାଞ୍ଚ ଶହ କୋଟି ପରିବର୍ତେ ଆଠ ଶହ କୋଟି ଟଙ୍କା ବ୍ୟୟ ବରାଦ ପାଇଁ ମୁଖ୍ୟ ମନ୍ତ୍ରୀ ଅନୁମୋଦନ କରିଛନ୍ତି। ଏହା ଦ୍ବାରା 4282 କିଲୋମିଟର ଦୈର୍ଘ୍ୟ ର ଡ୍ରେନେଜ ଚାନେଲ୍ ଖନନ,ଉନ୍ନତି ତଥା ନବୀକରଣ କରାଯାଇ 83796 ହେକ୍ଟର ଜମିକୁ ଜଳ ବନ୍ଦୀ କରାଯାଇ ପାରିବ। ଏଥି ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କଟକ ଜିଲ୍ଲା ପକ୍ଷରୁ କୃତଜ୍ଞତା କରାଯାଇଛି। ଆଜି ବିଜୁ ଜନତା ଦଳ ପକ୍ଷରୁ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଟାଙ୍ଗୀ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ଵାଳ ଏବଂ ମେୟର ସୁବାସ ସିଂ କଟକ ଜିଲ୍ଲାର ଉପକୂଳ ବର୍ତ୍ତି ଜିଲ୍ଲାରେ ଚାଷ କାର୍ଯ୍ୟ ଏବଂ ଏହାର ଉନ୍ନତି କାରଣ ପାଇଁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁ କଟକ ଜିଲ୍ଲା ପକ୍ଷରୁ ସ୍ଵାଗତ କରାଯିବା ସହ ଅଭିନନ୍ଦନ ଜଣାଯାଇଛି। କଟକ ଜିଲ୍ଲା ସବୁ ବେଳେ ବନ୍ୟା,ବାତ୍ୟା ପ୍ରଭାବିତ ହୋଇ ବହୁ କ୍ଷୟ କ୍ଷତି ଘଟାଇ ଥାଏ। ତେଣୁ ଏଭଳି ପରିସ୍ଥିତିରେ ମୂଖ୍ୟମନ୍ତ୍ରୀ କଟକ ଜିଲ୍ଲା କୁ ଅଧିକ ଗୁରୁତ୍ଵ ଦେଇ ଚାଷ ପାଇଁ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ସ୍ଵତନ୍ତ୍ର ଅର୍ଥ ବ୍ୟୟ ଅଟକଳ କରିଛନ୍ତି ସେଥି ପାଇଁ କଟକ ଜିଲ୍ଲା ର ଅନେକ ସମସ୍ୟାର ସମାଧାନ ହୋଇପାରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଥିଲା। ନଗର ସଭାପତି ମଧୁସୂଦନ ସାହୁ, ପୂର୍ବତନ କର୍ପୋରେଟର ରଞ୍ଜନ ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published.