ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କପିଳାସ ରେ ଶିଶୁ ଦିବସ ପାଳିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଆଜି ହେଉଛି ଜାତୀୟ ଶିଶୁ ଦିବସ, ଏହି ଦିନଟି ପଣ୍ଡିତ ଜବାହାର ଲାଲ ନେହେରୁ ଙ୍କ ଜନ୍ମ ଦିନ, ସେ ତାଙ୍କର ଜନ୍ମ ଦିନ ଟିକୁ ଶିଶୁ ମାନଙ୍କ ପାଇଁ ଶିଶୁ ଦିବସ ଭାବେ ଉତ୍ସର୍ଗ କରିଥିଲେ, ଏହି ଦିନକୁ ସାରା ଭାରତ ବର୍ଷ ରେ ଶିଶୁ ଦିବସ ଭାବେ ପାଳନ ହେଉଛି, ସେହିପରି ଆଜି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କପିଳାସ ରେ ପାଳନ ହୋଇଛି ଶିଶୁ ଦିବସ, ଏହି ଅବସରରେ ପିଲାମାନେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ତଥା, ଗିତ, ଭାଷଣ, ଚିତ୍ରାଙ୍କନ, ଝୋଟି ଆଦି ରେ ଭାଗ ନେଇଥିଲେ l ଶିକ୍ଷକ ଶିକ୍ଷୟତ୍ରୀ ମାନେ ପାଲମାନଙ୍କୁ ଉତ୍ସାହିତ କରିବା ସହିତ ଆଗାମୀ ଭବିଷ୍ୟତ କିପରି ଉଜ୍ୱଳ ମୟ ହେବ, ଜୀବନରେ ମହାନ କାର୍ଯ୍ୟ କରି ନିଜର ନାମ ବିକାଶ କରିବେ ମାର୍ଗ ଦର୍ଶାଇଥିଲେ l ଏହି ଦିନଟି ଶିଶୁ ମାନଙ୍କ ପାଇଁ ହୋଇଥିବାରୁ, ପିଲାମାନେ ବେଶ ଖୁସି ଓ ଗର୍ବ ଅନୁଭବ କରୁଛନ୍ତି ବୋଲି ପ୍ରକାଶ କରିଥିଲେ,

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *