ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର

ପୁରୀ, (ନାଗରାଜ ନ୍ୟୁଜ): ଡେଲାଙ୍ଗ ବ୍ଲକ ଅଧିନ ଜେନାପୁର ଗ୍ରାମ ପଞ୍ଚାୟତ ସରପଞ୍ଚ ଏବଂ ସମିତି ସଭ୍ୟ ପଦବୀ ନିମନ୍ତେ ପୂର୍ବରୁ ଜାରି ହୋଇଥିବା ହରିଜନ ଶ୍ରେଣୀର ଲୋକଙ୍କ ପାଇଁ ସଂରକ୍ଷଣକୁ ସ୍ଥଗିତ ରଖିବା ନିମନ୍ତେ ଜେନାପୁର ପଞ୍ଚାୟତର ବାସିନ୍ଦା ମାନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ ଦୀର୍ଘ ୨୫ ବର୍ଷ ହେଲାଣି ସାଧାରଣ ବର୍ଗ ଲୋକମାନଙ୍କ ପାଇଁ ସଂରକ୍ଷଣ ରହି ଆସୁଅଛି କିନ୍ତୁ ହରିଜନ ଶ୍ରେଣୀ ଲୋକମାନଙ୍କ ପାଇଁ ସଂରକ୍ଷଣ ହୋଇନାହିଁ । ଏହି ଦୃଷ୍ଟିରୁ ଉକ୍ତ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ନିମନ୍ତେ ହରିଜନ ଶ୍ରେଣୀର ଲୋକମାନଙ୍କ ପାଇଁ ରାଜ୍ୟ ସରକାର ସଂରକ୍ଷିତ ରଖିଥିଲେ । କୌଣସି କାରଣ ନଥାଇ ରାଜନୈତିକ ଆକ୍ରୋଶ ମୂଳକ ଉକ୍ତ ପଞ୍ଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ନିମନ୍ତେ ସାଧାରଣ ବର୍ଗ ପାଇଁ ବର୍ତ୍ତମାନ ନୂଆ ଘୋଷଣାନାମା ଅନୁଯାଇ ବିଜ୍ଞପ୍ତି ପ୍ରକାଶ ପାଇଅଛି । ତେଣୁ ଏହାକୁ ବିରୋଧ କରିବା ପାଇଁ ଦାବୀ କରାଯାଇଛି ।

Leave a Reply

Your email address will not be published.