ଜଳବାୟୁ ପରିବର୍ତ୍ତନ ମାନବ ସଭ୍ୟତା ପାଇଁ ବିପଦ ସୃଷ୍ଟି କରିଛି

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଜଳବାୟୁପରିବର୍ତ୍ତନ କୃଷି, ଜୀବନ ଜୀବିକା, ପରିବେଶ ଓ ସ୍ୱାସ୍ଥ୍ୟ କୁ ପ୍ରଭାବିତ କରିଛି । ଏହା ମାନବ ସଭ୍ୟତା ପ୍ରତି ବଡ ବିପଦ ସୃଷ୍ଟି କରିଛି ବୋଲି କୃଷି ବିଜ୍ଞାନୀ ଜ୍ୟୋତିଦିପ୍ତ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି ।ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ବଣସିଂହସ୍ଥିତ ଇଡିଅଟ ତାଲିମ କେନ୍ଦ୍ର ଠାରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରିଡା ବିଭାଗ ର ସ୍ୱୟଂ ଶାସିତ ଅନୁଷ୍ଠାନ ନେହେରୁ ଯୁବ କେନ୍ଦ୍ର ଏବଂ ସାମାଜିକ ସଂଗଠନ ଇଡିଅଟ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ଉପରେ କର୍ମଶାଳ ଅନୁଷ୍ଠିତ ହୋଇଯାଇଛି । କର୍ମଶାଳାରେ କୃଷି ଜିଲା ଅଧିକାରୀ ତଥା ବିଶିଷ୍ଠ କୃ ବିଜ୍ଞାନୀ ଜ୍ୟୋତିଦୀପ୍ତ ପଟ୍ଟ ନାୟକ, ରାଜ୍ୟ ଗ୍ରାମ୍ୟ ୁନ୍ନୟନ ଏବଂ ପଞ୍ଚାୟତିରାଜ ପ୍ରତିଷ୍ଠାନର ପ୍ରଶିକ୍ଷକ ସୁଶାନ୍ତ କୁମାର ପତି, ଶିଶିର ଶତପଥୀ ପ୍ରମୁଖ ଜଳବାୟୁ ପରିବର୍ତ୍ତନ ପରିବେଶ କୁ କିଭଳି ପ୍ରଭାବିତ କରିଆସୁଛି ବିଭିନ୍ନ ଉଦାହରଣ ମଧ୍ୟମରେ ବକ୍ତବ୍ୟ ରଖିଥିଲେ । ଇଡିଅଟ ର ସଦସ୍ୟ ସଚିବ ସରୋଜ କୁମାର ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କର୍ମଶାଳାରେ ଇଡିଅଟ ର ଉପାଧ୍ୟକ୍ଷ ସୁଶାନ୍ତ ପଣ୍ଡା, କାଟ୍ରକ୍ରମ ସଂଯୋଜକ ଶିଶିର ପାଣି, ରଞ୍ଜିତା ମଂଜରୀ କର, ପ୍ରିୟଦାର୍ଶିନୀ ପରିଡା, ଶୁଭଲକ୍ଷ୍ମୀ ସାହୁ , ପୁର୍ବତନ ଜିଲା ପରିଷଦ ସଭ୍ୟ ପ୍ରଦିପ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସଦର ବ୍ଲକର ବଣସିଂହ ଏବଂ ଚାଉଳିଆ ଗ୍ରାମ ପଞ୍ଚାୟତର ବିଭିନ୍ନ ଯୁବ ଅନୁଷ୍ଠାନର ୪୦ ଜଣ କର୍ମୀ କର୍ମଶାଳା ରେ ଯୋଗ ଦେଇ ନିଜର ମତ ଉପସ୍ଥାପନ କରିଥିଲେ । କର୍ମଶାଳା ର ଅଂଗ୍ରଗ୍ରହଣକାରୀ ମାନେ ଅତିଥିଙ୍କ ଗହଣରେ ଚାରରୋପଣ ଏବଂ ସଫେଇ କରିଥିଲେ ।
ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ନାଗରାଜ ନିୟୁଜ

Leave a Reply

Your email address will not be published.