ଦୁର୍ଗା ପୂଜା ପାଇଁ କଟକ ପୁଲିସର ପ୍ରସ୍ତୁତି ବୈଠକ

କଟକ, (ନାଗରାଜ ନ୍ୟୁଜ ): ଶାରଦୀୟ ଦୁର୍ଗା ପୂଜା ପାଇଁ କଟକ ପୁଲିସର ପ୍ରସ୍ତୁତି ବୈଠକ । ପୂଜା ସମୟରେ କଟକରେ ୧୮ ପ୍ଲାଟୁନ ପୋଲିସ ଫୋର୍ସ ସହ ୪ଜଣ ଅତିରିକ୍ତ ଏସପି, ୧୧ଜଣ ଡିଏସପି, ୨୧୬ ଜଣ ଅଫିସର ଓ ୪୨୭ ଜଣ କନେଷ୍ଟବଳ ମୁତୟନ ରହିବେ । ତେବେ ଆଜିଠାରୁ ଆରମ୍ଭ ହୋଇଥିବା ନାଇଟ କର୍ଫ୍ୟୁ ପାଇଁ ରାତ୍ରି ୮ଟାରୁ ଦୋକାନ ବଜାର ବନ୍ଦ ରହିବା ସହ ଲୋକଙ୍କ ଯାତାୟତ ବାରଣ, ପୋଲିସ ପାଟ୍ରୋଲିଂକୁ କଡାକଡି, ଅମାନିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ।

ପୂଜା ଠାରୁ ଆରମ୍ଭ କରି ଭଷାଣୀ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି ଭାବେ ପାଳନ କରାଯିବ । ଏଥିସହ ମା’ଙ୍କ ଭାଷାଣି ଉତ୍ସବ ସହରରେ ଦୁଇ ଦିନ ହେବ। ଦେବୀ ଗଡା ଓ ଅନ୍ୟ ଅସ୍ଥାୟୀ ପୁଷ୍କରଣୀରେ ମୁର୍ମୟୀ ମୂର୍ତ୍ତି ଭଷାଣୀ କରାଯିବ । ପ୍ରତ୍ୟେକ ପୂଜା ମଣ୍ଡପ ଭାଷାଣି ସମୟରେ ଗାଡିରେ ୭ ଜଣ ମେଢ ସହ ଯିବେ । ଟୁଇନ ସିଟିରେ ଟ୍ରାଫିକ ଦାୟିତ୍ୱରେ ଟ୍ରାଫିକ ଡିସିପି ରହିବେ । ଦୁଇ ସହରରେ ୨ଜଣ ଅତିରିକ୍ତ ଡିସିପି ମଧ୍ୟ ଟ୍ରାଫିକ ନିୟନ୍ତ୍ରଣ ଦାୟିତ୍ୱ ରେ ରହିବେ ବୋଲି କଟକ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ପୁଲିସର ପ୍ରସ୍ତୁତି ବୈଠକରେ ସୂଚନା ଦେଇଛନ୍ତି ପୋଲିସ କମିଶନର ।

Leave a Reply

Your email address will not be published.