ବିଜୁ ବାବୁଙ୍କ ଜନ୍ମ ମାଟିରେ ପହଞ୍ଚିଲା ଡାକୋଟା ବିମାନ

କଟକ,(ନାଗରାଜ ନ୍ୟୁଜ): ବିଜୁ ବାବୁଙ୍କ ଜନ୍ମ ମାଟିରେ ପହଞ୍ଚିଲା ଡାକୋଟା ବିମାନ । ଇତିହାସ ବର୍ଣ୍ଣିତ ଐତିହାସିକ ଡାକୋଟା କଟକ ମାଟିରେ ପହଞ୍ଚିଛି। କଟକରେ ବିଜୁ ବାବୁଙ୍କ ବିମାନ କୁ ଦେଖିବା ପାଇଁ ଲାଗିଥିଲା ଭିଡ଼। ଜଗତପୁର ,ଶିଖରପୁର, ମଧୁପାଟଣା ମୁଖ୍ୟ ରାଜପଥ ଦେଇ ଡାକୋଟା ଭୁବନେଶ୍ୱର ଅଭିମୁଖେ ଗସ୍ତ କରିଛି। ତେବେ କଟକର ବିଭିନ୍ନ ସଙ୍ଗଠନ ପକ୍ଷରୁ ଡାକୋଟା ବିମାନକୁ କଟକ ଆନନ୍ଦ ଭବନରେ ରଖିବା ପାଇଁ ଦାବି ହୋଇଛି। ଏହାସହ କଟକ ଆନନ୍ଦ ଭବନରେ ଡାକୋଟାକୁ ରଖିବା ପାଇଁ ସରକାରୀ ସ୍ଥରରେ ଆଲୋଚନା ଜାରି ରହିଛି ।କଟକରେ ଡାକୋଟା ପହଞ୍ଚିବା ପରେ ସମସ୍ତଙ୍କ ମନରେ ଆନନ୍ଦ ଖେଳି ଯାଇଛି। ତେବେ ଏହି ଗୌରବମୟ ଡାକୋଟାକୁ ଓଡିଶାରେ ପାଇ ସମସ୍ତେ ଗର୍ବିତ । ତେବେ ବିମାନଟି ୬୪ ଫୁଟ ୮ ଇଞ୍ଚ ଲମ୍ବର ହୋଇଥିବା ବେଳେ ଏହି ବିମାନର ଡେଣା ଗୁଡ଼ିକର ଚଉଡ଼ା ୯୫ ଫୁଟ । 1947ରେ ଡଚମାନେ ଇଣ୍ଡୋନେସିଆ ଦଖଲ କରିବାକୁ ଉଦ୍ୟମ କରିଥିଲେ । ସେହି ସମୟରେ କଳିଙ୍ଗ ଏୟାରଲାଇନ୍ସର ଦକ୍ଷ ପାଇଲଟ ବିଜୁ ପଟ୍ଟନାୟକ ଇଣ୍ଡୋନେସିଆର ତତ୍କାଳୀନ ରାଷ୍ଟ୍ରପତି ସୁକର୍ଣ୍ଣଙ୍କୁ ଉଦ୍ଧାର କରିଥିଲେ । ତାଙ୍କର ଏହି ଦୁଃସହାସିକତା ପାଇଁ ଇଣ୍ଡୋନେସିଆ ସରକାର ତାଙ୍କୁ ‘ଭୂମିପୁତ୍ର’ ଆଖ୍ୟା ଦେଇଥିଲେ । ବିଜୁ ପଟ୍ଟନାୟକ ଚଳାଉଥିବା ଡାକୋଟା ବିମାନ ତାଙ୍କର ସ୍ମୃତିକୁ ତାଜା କରିବା ସହ ତାଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିବ .

Leave a Reply

Your email address will not be published.