ହାଇକୋର୍ଟରେ ପହଞ୍ଚିଲା ଢ଼ିଙ୍କିଆ ପୋଲିସ-ଜନତା ଖଣ୍ଡଯୁଦ୍ଧ, ରୁଜ୍ଜୁ ହୋଇଛି ଦୁଇଟି ଜନସ୍ୱାର୍ଥ ମାମଲା

କଟକ,(ନାଗରାଜ ନ୍ୟୁଜ): ହାଇକୋର୍ଟରେ ପହଞ୍ଚିଲା ଢ଼ିଙ୍କିଆ ପୋଲିସ-ଜନତା ଖଣ୍ଡଯୁଦ୍ଧ । ରୁଜ୍ଜୁ ହୋଇଛି ଦୁଇଟି ଜନସ୍ୱାର୍ଥ ମାମଲା । କ୍ଷତିଗ୍ରସ୍ତମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା ସହ ଆହତଙ୍କ ମାଗଣାରେ ଚିକିତ୍ସା କରିବା ପାଇଁ ହାଇକୋର୍ଟରେ ଆବେଦନାକାରୀ ଆବେଦନ ପତ୍ରରେ ପ୍ରାର୍ଥନା କରିଛନ୍ତି ।
ଜମି ଅଧିଗ୍ରହଣ ନିୟମ ସଠିକ୍ ପାଳନ କରିବାକୁ ନିର୍ଦ୍ଦେଶ ଦେବା ପାଇଁ ମଧ୍ୟ ପ୍ରାର୍ଥନା ହୋଇଛି । ଏହା ସହ ନିରପେକ୍ଷ ତଦନ୍ତ, ପୋଲିସ ମୁତୟନ ପ୍ରତ୍ୟାହାର, ଏବଂ ଅଦାଲତଙ୍କ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ୟ୍ୟନ୍ତ ପାନ ବରଜ ଭଙ୍ଗା ନଯାଉ, ଲୋକଙ୍କୁ ବିସ୍ଥାପିତ କରା ନଯାଉ ବୋଲି କୋର୍ଟରେ ପ୍ରାର୍ଥନା କରାଯାଇଛି । ଆଇନଜୀବୀ କ୍ଷୀରୋଦ କୁମାର ରାଉତ, ଦୀପକ କୁମାର ମହାପାତ୍ର ଓ କବିରାଜ ପ୍ରଧାନଙ୍କ ପକ୍ଷରୁ ମାମଲା ଆବେଦନ କରାଯାଇଛି ।ଏହାକୁ ଆଇନଜୀବୀ ସୁକାନ୍ତ ଦଳେଇ ପରିଚାଳନା କରିଛନ୍ତି । ଏହି ମାମଲାରେ ମୁଖ୍ୟ ଶାସନ ସଚିବ, ରାଜସ୍ୱ ସଚିବ, ଜେଏସଡବ୍ଲୁ୍ୟ, ପୋଲିସ ଡିଜି, ଜଗତସିଂହପୁର ଏସପି ଓ ଏରସମା ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଛି ।

Leave a Reply

Your email address will not be published.