ଓଡ଼ିଶା କୃଷକ ସଭାର ଜିଲ୍ଲା ସମ୍ମିଳନୀ ଆରମ୍ଭ, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ବକ୍ତା

ଖଇରା,(ନାଗରାଜ ନ୍ୟୁଜ): ଅଖିଳ ଭାରତ କୃଷକ ସଭା ତରଫରୁ ଓଡିଶା କୃଷକ ସଭାର ବାଲେଶ୍ଵର ଜିଲ୍ଲା ସମ୍ମିଳନୀ ଆରମ୍ଭ ହୋଇଛି । ଏହା ଦୁଇ ଦିନ ଧରି ଚାଲିବ । ବାଲେଶ୍ଵର ଜିଲ୍ଲା ଖଇରା ଦୁର୍ଗା ମଣ୍ଡପ ତଥା କମ୍ରେଡ ବାବାଜୀ ବିଶ୍ବାଳ ନଗର ପରିସରରେ ସାଥି ଜଗତାନନ୍ଦ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ବିଭିନ୍ନ ଅତିଥିମାନେ ମଞ୍ଚାସୀନ ଥିଲେ । ଏଥିରେ ରାଜ୍ୟ ସଭାପତି ଜମେଶ୍ବର ସାମନ୍ତରାୟ, ରାଜ୍ୟ ସାଧାରଣ ସମ୍ପାଦକ ସୁରେଶ ପାଣିଗ୍ରାହୀ, ରାଜ୍ୟ ଉପ-ସଭାପତି ନିର୍ମଳ ନାୟକ, ଜିଲ୍ଲା ସମ୍ପାଦକ ସିତାଂଶୁ ସେନାପତି, ଜିଲ୍ଲା ସଭାପତି ପ୍ରେମ ରଞ୍ଜନ ପାତ୍ର ପ୍ରମୁଖ ମଞ୍ଚାସୀନ ହୋଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ । ବିଭିନ୍ନ ସମସ୍ୟା ମଧ୍ୟରୁ ମୁଖ୍ୟତଃ ଧାନ କ୍ଯୁଇଣ୍ଟାଲ ୩ ହଜାର ଟଙ୍କା, ଭୂମିହୀନ ମାନଙ୍କୁ ଜମି ଓ ଘର, ଭାଗଚାଷୀଙ୍କୁ ସ୍ବୀକୃତି, ଦରବୃଦ୍ଧି ନିୟନ୍ତ୍ରଣ ଓ ବେକାରୀଙ୍କୁ କାମ, ସାଳନ୍ଦୀ କେନାଲ ତୁରନ୍ତ କାର୍ଯ୍ୟକ୍ରମ ଦାବି ଉପରେ ଉଭୟ ସରକାରଙ୍କ ଉପରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବକ୍ତାମାନେ ବର୍ଷିବା ଆରମ୍ଭ କରିଥିଲେ । ଏହି ଓଡିଶା କୃଷକ ସଭାର ସାଧାରଣ ସଭାରେ ଖଇରା ବ୍ଲକର ବିଭିନ୍ନ ପଞ୍ଚାୟତରୁ ଚାଷୀମାନେ ଯୋଗ ଦେଇଥିଲେ । ଅବସରପ୍ରାପ୍ତ ଶିକ୍ଷକ ଉପେନ୍ଦ୍ର ପ୍ରସାଦ ଦାସ ଓ ଆଇନଜୀବୀ ଭରତ ଚନ୍ଦ୍ର ପଣ୍ଡା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଶେଷରେ ସଭାର ସଭାପତି ଶ୍ରୀ ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ । ଆସନ୍ତାକାଲି ଅର୍ଥାତ୍ ତା ୨୨/୧୦/୨୨ ରିଖ ଶନିବାର ଶେଷ ଦିନ ହେଉ ଥିବାରୁ ବହୁ ମାନ୍ଯଗଣ୍ଯ ବକ୍ତା ଯୋଗଦେବାର ସୂଚନା ଦେଇଛନ୍ତି ମୁଖ୍ୟ କର୍ମକର୍ତ୍ତା । ଏଥିରେ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ଆଲୋକମୟ ପଣ୍ଡା, ରଘୁନାଥ ନାୟକ ଓ ପଦ୍ମଲୋଚନ ଦାସ ପ୍ରମୁଖ କାର୍ଯ୍ୟରତ ସାମ୍ବାଦିକ ମାନେ ଯୋଗ ଦେଇଥିଲେ ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.