ମାଛ ମାରିବା ପଡ଼ିଲା ମହଙ୍ଗା, ୪ ଟ୍ରଲର ଜବତ

ପୁରୀ, (ନାଗରାଜ ନ୍ୟୁଜ): ପୁରୀ ଜିଲ୍ଲା ଅସ୍ତରଙ୍ଗ ଦେବୀ ନଦୀର ନିଷିଦ୍ଧାଞ୍ଚଳରେ ମାଛ ମାରିବା ପଡ଼ିଲା ମହଙ୍ଗା । କୋଷ୍ଟ ଗାର୍ଡ ଓ ବନ ବିଭାଗ ମିଳିତ ଭାବେ ଚଢ଼ାଉ କରି ଟ୍ରଲର ଜବତ କରିଛନ୍ତି । ଅସ୍ତରଙ୍ଗ ନୂଆଗଡ଼ରେ ବେଆଇନ ଭାବରେ ମାଛ ଧରୁଥିବା ବେଳେ ୪ ଟ୍ରଲର ଜବତ କରିଛି ବନ ବିଭାଗ । ୩୦ରୁ ଉର୍ଦ୍ଧ୍ଵ ମତ୍ସ୍ୟଜୀବୀଙ୍କୁ ଅଟକ ରଖାଯାଇଛି । ଗତକାଲି ରାତିରେ ଗୋଟିଏ ଟ୍ରଲର ଜବତ ହୋଇଥିବା ବେଳେ ଆଜି ଭୋରରୁ ୩ଟି ଟ୍ରଲର ଜବତ କରିଛି ବନ ବିଭାଗ । ଅଲିଭରିଡଲେଙ୍କର ସୁରକ୍ଷା ପାଇଁ ସମୁଦ୍ରରେ ମାଛଧରା ଉପରେ କଟକଣା ଜାରି କରିଥିଲା ବନ ବିଭାଗ । ଜବତ ହୋଇଥିବା ଟ୍ରଲର ହେଲା ପାରାଦ୍ୱୀପ ଅଞ୍ଚଳର ୩ଟି ଓ ବାଲେଶ୍ବର ଅଞ୍ଚଳର ଗୋଟିଏ ବୋଲି ସୂଚନା ରହିଛି ।

Leave a Reply

Your email address will not be published.