ଖଇରା ବ୍ଲକର ବିଭିନ୍ନ ଜାଗାରେ ହନୁମାନ ଜୟନ୍ତୀ ପାଳିତ

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ରେ ଥିବା ବିଭିନ ହନୁମାନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି । ନିକଟସ୍ଥ ଖଇରା ବଜାରରେ ଥିବା ବଡ଼ ପୋଖରୀରୁ ଘଟ ଉତ୍ତୋଳନ କରାଯାଇ ବିଧିବିଧାନ ପୂର୍ବକ ପୂଜାପାଠ ହୋଇଥିଲା । ଖଇରା ବଜାରରେ ଥିବା ହନୁମାନ ମନ୍ଦିର ର ପୂଜକ କେଶବ ପାଣି,ନୁରଶିଙ୍ଗ ପାଣି ଙ୍କ ଦ୍ବାରା ପୂଜାପାଠ ଓ ହନୁମାନ ଚାଳିଶା ପାଠ ଓ ହୋମଯଜ୍ଞ କରାଯାଇଥିଲା, ସମସ୍ତ କାର୍ଯ୍ୟକ୍ରମ ମନ୍ଦିର ପରିଚାଳକ ପଦ୍ମଲୋଚନ ଧର ଓ ପ୍ରହଲ୍ଲାଦ ଧର ଙ୍କ ତତ୍ତ୍ୱାବଧାନରେ ହୋଇଥିଲା । ଏହାକୁ ଦେଖିବା ପାଇଁ ସମ୍ପୃକ୍ତ ଅଞ୍ଚଳରୁ ବହୁ ହନୁମାନ ଭକ୍ତଙ୍କ ସମାବେଶ ହୋଇଥିବାର ଦେଖା ଯାଇଥିଲା,ପୂଜା ସରିବା ପରେ ଦୁର୍ଗା ମଣ୍ଡପରେ ୫ ହଜାରରୁ ଅଧିକ ଭକ୍ତ ଙ୍କ ପାଇଁ ଭୋଜନର ବ୍ୟବସ୍ଥା କରାଯାଇଥିଲା । ସେହିଭଳି କୁପାରି,ଗଣ୍ଡିବେଡ଼,ଔପଦା,କୁମ୍ଭୁକା ଓ ଅନ୍ୟ ସ୍ଥାନରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି ।

ବାଲେଶ୍ବର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.