ପୋଲିସ ପଞ୍ଝାରେ ହନିଟ୍ରାପ ଗ୍ୟାଙ୍ଗ

କଟକ, (ନାଗରାଜ ନ୍ୟୁଜ): କଟକରେ ହନିଟ୍ରାପ୍‌ । ଦେହ ବ୍ୟବସାୟ ଲୋଭ ଦେଖାଇ ଲୁଟ୍‌-ବ୍ଲାକ୍‌ମେଲିଂ । କଟକ, ଲାଲବାଗ ଥାନା ପୋଲିସ ଦ୍ୱାରା ହନିଟ୍ରାପ ରାକେଟର ପର୍ଦ୍ଦାଫାସ୍ । ୩ ଅଭିଯୁକ୍ତ ଗିରଫ । ଘଟଣାରେ ସଂପୃକ୍ତ ଜଣେ ଯୁବତୀ ଫେରାର ଥିବାର ସୂଚନା ରହିଛି । ଗିରଫଙ୍କ ମଧ୍ୟରେ ଏକ ପ୍ରତିଷ୍ଠିତ କଲେଜର ଜଣେ ୪ର୍ଥ ଶ୍ରେଣୀ କର୍ମଚାରୀ ଅଛନ୍ତି । ଅଭିଯୁକ୍ତଙ୍କ ଠାରୁ ୨୫ ହଜାର ଟଙ୍କା, ୩ଟି ମୋବାଇଲ ଓ ୧ଟି ଏଟିଏମ୍ କାର୍ଡ ଜବତ କରାଯାଇଛି  । ଦେହ ବ୍ୟବସାୟର ଲୋଭ ଦେଖାଇ ଜଣେ ଯୁବକଙ୍କୁ ଫୋନ୍‌ରେ ଡାକିଥିଲେ । ଯୁବକ ଜଣଙ୍କ ଆସିବା ପରେ ନିର୍ଧୂମ ମାଡ଼ ମାରିଥିଲେ ୩ ଦୁର୍ବୃତ୍ତ । ମାଡ଼ମାରି ଏଟିଏମ୍ କାର୍ଡ ନେଇଯିବା ସହ ବ୍ଲାକମେଲିଂ କରୁଥିଲେ ୩ ଦୁର୍ବୃତ୍ତ ।

Leave a Reply

Your email address will not be published.