ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିଶ୍ୱ ପୁରୁଷ ହକି ପ୍ରତିଯୋଗିତା ପାଇଁ ଏକ ବାଲୁକା କଳା ପ୍ରଦର୍ଶନ

କଟକ,(ନାଗରାଜ ନ୍ୟୁଜ): ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବିଶ୍ୱ ପୁରୁଷ ହକି ପ୍ରତିଯୋଗିତା ପାଇଁ ଏକ ବାଲୁକା କଳା ପ୍ରଦର୍ଶନ କରିଛନ୍ତି । ଏହି ବାଲୁକା କଳା ମହାନଦୀ କୂଳ କଟକ ଇନ୍ ରେ ପ୍ରଦର୍ଶିତ କରାଯାଇଛି। ବିଶ୍ଵ କପ୍ ଏବଂ ପ୍ରତିଯୋଗିତାରେ ଭାଗ ନେଉଥିବା ସମସ୍ତ ଦେଶର ପତକା ଏହି ବାଲୁକା କଳା ରେ ସ୍ଥାନ ପାଇଛି। ଚଳିତ ବର୍ଷ ୧୩ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଏବଂ ରାଉର କେଲା ଠାରେ ଅନୁଷ୍ଠିତ ହେବାକୁ ଥିବା ପୁରୁଷ ବିଶ୍ଵକପ ହକି ପ୍ରତିଯୋଗିତା ଉଦ୍ଦେଶ୍ୟ ରଖି ଏହି କଳା ପ୍ରଦର୍ଶନ କରାଯାଇଛି। ଏହି କଳା ଦର୍ଶକ ମାନଙ୍କୁ ବେଶ୍ ଆକର୍ଷିତ କରି ପାରିଛି।ଶ୍ରୀ ପଟ୍ଟନାୟକ ଏହି କଳା ସମ୍ପର୍କରେ ସୂଚନା ଦେଇ କହିଲେ ତିନି ଟନ ବାଲିରେ ଏହି ବାଲୁକାକଳା ନିର୍ମାଣ ହୋଇଛି। ବାଲୁକା କଳାରେ ୧୬ ଟି ଦେଶର ପତାକା ଏବଂ ବିଶ୍ୱକପ୍ ସ୍ଥାନ ପାଇଛି। ଓଡ଼ିଶା ରେ ଏହି ପ୍ରତି ଯୋଗିତ ଅନୁଷ୍ଠିତ ହେଉଥିବାରୁ ଏହା ଆମର ଗର୍ବ ଓ ଗୌରବ। ଦର୍ଶକ ଏବଂ କ୍ରୀଡା ପ୍ରେମୀ ମାନେ ଏହାକୁ ବେଶ୍ ଉପ ଭୋଗ କରୁଛନ୍ତି।

Leave a Reply

Your email address will not be published.