ପାଢେଲ ଗ୍ରାମରେ ଜଗନ୍ନାଥ ମନ୍ଦିର ରତ୍ନମୁଦ ସ୍ଥାପନ

ବଲାଙ୍ଗୀର, (ନାଗରାଜ ନୁ୍ୟଜ): ବଲାଙ୍ଗୀର ପାଟଣାଗଡ଼ ବ୍ଳକ ମରୁଆଁ ପଞ୍ଚାୟତ ପାଢେଲ ଗ୍ରାମର ନବ ନିର୍ମିତ ଜଗନ୍ନାଥ ମନ୍ଦିରର ରତ୍ନ ମୁଦ ଉତ୍ସବ ଭକ୍ତିମୟ ପରିବେଶ ମଧ୍ୟରେ ରତ୍ନ ମୁଦ ସ୍ଥାପନ ସହ ଷୋଳପ୍ରହର ଅଖଣ୍ଡ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ୮ ତାରିଖ ବୁଧବାରରୁ ୧୧ ତାରିଖ ଶନିବାର ପର୍ୟ୍ୟନ୍ତ ୪ ଦିନ ଧରି ଅନୁଷ୍ଠିତ ହେଉଥିବା ରତ୍ନ ମୂଦ ଉତ୍ସବରେ ସ୍ଥାନୀୟ ପୋଖରୀକୁ ଯାଇ ପୂଜାର୍ଚ୍ଚନା ସହ ଇନ୍ଦ୍ର ଇନ୍ଦ୍ରାଣୀ ଓ ଗଙ୍ଗା ନିମନ୍ତ୍ରଣ କରିବା ସହ ପୂର୍ଣ୍ଣ କଳଶ ଆଣି ପୂଜା ନାମ ଯଜ୍ଞ ଓ ପୂଜା ମଣ୍ଡପରେ ସ୍ଥାପନ ସହ ପୂଜାର୍ଚ୍ଚନା କରାଯାଇଥିଲା । ଏହାର ପରଦିନ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅନୁଷ୍ଠିତ ହୋମ ଯଜ୍ଞ କରି ନଗର ପରିକ୍ରମା କରି ରତ୍ନ ମୁଦ ଆରମ୍ଭ ହୋଇଥିଲା । ଏଥିରେ ମୂଖ୍ୟ ଯଜ୍ଞ କର୍ତ୍ତା କାର୍ତ୍ତିକ ସରାଫ ଓ ତାଙ୍କ ଧର୍ମପତ୍ନୀ ଅଞ୍ଜଳି ସରାଫଙ୍କ ସହ ଷୋଳ ପ୍ରହର ଅଖଣ୍ଡ ନାମ ଯଜ୍ଞର ୧୬ ଜଣ ଯଜ୍ଞ କର୍ତ୍ତା ଭାବେ ଭାଗିରଥି ପଟେଲ ତାଙ୍କ ଧର୍ମପତ୍ନୀ ତୃଷ୍ଣାମୟୀ ପଟେଲ, ଟଙ୍ଗଧରଭୁଏ ତାଙ୍କ ଧର୍ମପତ୍ନୀ ରାମ୍ଭା ଭୂଏ, ଭଗବାନ ମେହେର ଓ ଧର୍ମପତ୍ନୀ ସରୋଜିନୀ ମେହେର, ଦିଲିପ ରଣା, ମିଥୁନ ସାହୁ ଧର୍ମପତ୍ନୀ ହିମାନ୍ଦ୍ରୀ, ଲକ୍ଷ୍ମୀ ନାରାୟଣ ସରାଫ, ଟିକୁ ବନଛୋର, ଭିକ ବନଛୋର, ଲୋକନାଥ ସରାଫ, ଶେଷ ବନଛୋର, ମନୋରଞ୍ଜନ ମେହେର, ମଣ୍ଟୁ ସରାଫ ଓ ସୁଦାମ ସରାଫ ପ୍ରମୁଖଙ୍କ ସହ ତାଙ୍କ ଧର୍ମପତ୍ନୀ କର୍ତ୍ତା ଭାବରେ କାର୍ୟ୍ୟ ନିର୍ବାହ କରିଥିବା ବେଳେ ପଣ୍ଡିତ ଜଡୋଲାମଣି ରଥ, ପଣ୍ଡିତ ଭୀମ ରଥ, ପଣ୍ଡିତ ସୁଧିର ରଥ, ପଣ୍ଡିତ ଚୁଡ଼ାମଣି ରଥ ପୂଜାର୍ଚ୍ଚନା କରିଥିଲେ ।

ରହି ପ୍ରହର ଅନୁଯାୟୀ ପୂଜା କାର୍ୟ୍ୟ ନିର୍ବାହ କରିଥିଲେ । ଏଥିରେ ବିଭିନ୍ନ ଗ୍ରାମରୁ କିର୍ତ୍ତନ ଦଳ ଯୋଗ ଦେଇ ସଂକିର୍ତ୍ତନ ପରିବେଷଣ କରିଥିଲେ । ଜଗନ୍ନାଥ ପରିଚାଳନା କମିଟି ସଭାପତି ଭାଗିରଥି ପଟେଲ, ସମ୍ପାଦକ ସମ୍ପଦ ପୋଢ, ମୂଖ୍ୟ ସଂଯୋଜକ ଜିତୁ ମହାନ୍ତି, ଜଗବନ୍ଧୁ ସରାଫ, ମଙ୍ଗଳ ସାହୁ, ପଦ୍ମନାଭ ଖୁଣ୍ଟିଆ, ମୁରଲିସରାଫ, ଲାଲମନଲୁହା, ଉଦୟ ପଟେଲ, ରାମ ପ୍ରସାଦ ପଟେଲ, ବୈକୁଣ୍ଠ ପଟେଲ, ସର୍ବେଶ୍ଵର ପଟେଲ ମିତ୍ରଭାନୁ ପଟେଲ ଓ ବିଶେଶ୍ୱର ସରାଫ ପ୍ରମୁଖଙ୍କ ଅନ୍ୟ ସଦସ୍ୟ ସହ ଗ୍ରାମବାସୀଙ୍କ ଉଦ୍ୟମରେ ତତ୍ତ୍ଵାବଧାନରେ ରତ୍ନ ମୁଦ ଉତ୍ସବ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଖପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଧାନ, ଟଙ୍କା, ସୁନା, ଅଷ୍ଟଧାତୁ ଓ ଶସ୍ୟ ଅର୍ପଣ କରି ମନ୍ଦିରର ରତ୍ନମୁଦରେ ସହଯୋଗ କରିଥିଲେ । ମିନାବଜାର ଦୋକାନରେ ଶ୍ରଦ୍ଧାଳୁମାନେ ବେଶ ମଜା ନେଇଥିବା ବେଳେ ପ୍ରତ୍ୟେକ ଦିନ ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରାଯାଇଥିଲା । ହଜାର ହଜାର ଭକ୍ତ ସମାଗମ ହୋଇଥିବା ବେଳେ ଗ୍ରାମର ଯୁବ ଗୋଷ୍ଠୀ ପୂଣ୍ଣ ଭାବରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *