ଜାଲରେ ପଡିଲା ୩୦ ଲକ୍ଷ

ଭୁବନେଶ୍ଵର,୨୧।୭(ଏନ୍‌ ନ୍ୟୁଜ୍‌ ) ମଧ୍ୟାହ୍ନରେ ଭୁବନେଶ୍ଵର ଉପକଣ୍ଠ ପୁରି ମୁଖ୍ୟ କେନାଲର କାନପୁର ସାଇପନ ତଳମୁଣ୍ଡରେ ମାଛ ଧରାଳିଙ୍କ ଜାଲରେ ପୁରୁଣା ୫୦୦ ଟଙ୍କିଆ ନୋଟ ବିଡା ଥିବା ଏକ ବ୍ୟାଗ ପରାପଡି ଥିଲା। ଯାହା ୨୦ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେବ। ଜଣେ ମାଛ ଧରାଳି ଖେପା ଜାଲ ପକାଇବା ବେଳେ ପାଣି ଭିତରେ ଭାସି ଯାଉଥିବା ଟଙ୍କା ଭରା ବ୍ୟାଗଟି ତାଙ୍କ ଜାଲରେ ପଡିଥିଲା। ମାଛ ଧରାଳି ଜଣକ ଧରିଥିବା ବ୍ୟାଗଟିକୁ ଖୋଲି ଦେଖିବା ବେଳେ ସେଥିରେ ୩ ବର୍ଷ ତଳେ ସରକାର ଅଚଳ କରିଥିବା ୫ ସହ ଟଙ୍କିଆ ବଣ୍ଡଲ ସବୁ ବାହାରିଥିଲା। ପାଖରେ ଥିବା ଅନ୍ୟ ମାଛ ଧରାଳି ମାନେ ଏତେ ପରିମାଣର ଅଚଳିତ ଟଙ୍କା ଦେଖି ଆଶ୍ଚର୍ଯ୍ୟ ଓ ଚିକିତ ଲାଉଥିଲେ। ଅଚଳିତ ହୋଇଥିବାରୁ ସେଗୁଡିକୁ ପୁଣି ପାଣିରେ ଭସାଇ ଦେଇଥିଲେ।

Leave a Reply

Your email address will not be published.