ଜାତୀୟ ପ୍ରେସ ଦିବସ ପାଳିତ

ବାଲେଶ୍ୱର, (ନାଗରାଜ ନ୍ୟୁଜ ): ଆଜି ହେଉଛି ଜାତୀୟ ପ୍ରେସ ଦିବସ । ଏହି ଉପଲକ୍ଷେ ବାଲେଶ୍ୱର ଜିଲ୍ଲା ଖଇରା ଠାରେ ଥିବା ଜେଭିସିସି କମ୍ପ୍ୟୁଟର ସେଣ୍ଟର ପରିସରରେ ବ୍ଲକର କାର୍ୟ୍ୟରତ ସାମ୍ବାଦିକମାନଙ୍କୁ ନେଇ ଏକ ସଭାର ଆୟୋଜନ ହୋଇଥିଲା । ଯେଉଁଥିରେ ସଭାପତିତ୍ୱ କରିଥିଲେ ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଦାସ । ଉକ୍ତ ସଭାରେ ସାମ୍ବାଦିକ ମାନେ ନିଜ ନିଜର ମନଖୋଲା କଥା ଆଲୋଚନା କରିଥିଲେ । ଉକ୍ତ ସଭାରେ ପୁରାତନ ଓ ନୂତନ ଯୁବ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର ବ୍ୟବସ୍ଥା ହୋଇଥିଲା । ଏଥିରେ ଉପସ୍ଥିତ ବାଲେଶ୍ୱର ଜିଲ୍ଲା ପ୍ରତିନିଧି ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିସହିତ ଖଇରା ବ୍ଲକର ଯୁବ ସାମ୍ବାଦିକ ଲୋଚନ ରାଉତ ଓ ଅନ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସଭାପତି ଦାସ ଆଜିର ପ୍ରେସ ଦିବସର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ପାଳନ ବିଷୟରେ ଆଲୋଚନା କରି ଉପସ୍ଥିତ ସମସ୍ତ ସାମ୍ବାଦିକମାନଙ୍କୁ ଶୁଭେଛା ଓ ଅଭିନନ୍ଦନ ଜଣାଇ ସଭା ଶେଷ କରିଥିଲେ ।

Leave a Reply

Your email address will not be published.