ଓଡିଶା ରାଜ୍ୟ ଖାଦ୍ୟ ଆୟୋଗଙ୍କ ପୁରୀ ଜିଲ୍ଲା ଗସ୍ତ

ପୁରୀ,(ନାଗରାଜ ନ୍ୟୁଜ): ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ର ଅଧ୍ୟକ୍ଷ ପ୍ରମୋଦ କୁମାର ମେର୍କାପ ଆଜି ପୁରୀ ଜିଲ୍ଲା ଗସ୍ତ କରିବା ସହ ଖାଦ୍ୟ ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିଥିଲେ।ଅଧ୍ୟକ୍ଷ ଶ୍ରୀ ମେର୍କାପ ସର୍କିଟ ହାଉସ ଠାରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା। ସମୀକ୍ଷା ବୈଠକରେ ଜିଲ୍ଲାପାଳ ସମର୍ଥ ବର୍ମା ଖାଦ୍ୟ ସୁରକ୍ଷା ସମ୍ପର୍କରେ ଜିଲ୍ଲାର ପଦକ୍ଷେପ ଓ ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ। ଅଧ୍ୟକ୍ଷ ଶ୍ରୀ ମେର୍କାପ ଏଥିରେ ଅଧ୍ୟକ୍ଷତା କରିବା ସହ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ପ୍ରକୃତ ହିତାଧିକାରୀ ଯେପରି ସୁବିଧା ପାଆନ୍ତି ଓ କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନ ହୁଅନ୍ତି ସେଥିପ୍ରତି ଜିଲ୍ଲା ପ୍ରଶାସନ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ। ଅପରପକ୍ଷରେଯଦି ସମ୍ପର୍କରେ କୌଣସି ଅଭିଯୋଗ ଆସୁଛି ତେବେ ତ୍ୱରାନ୍ୱିତ ପ୍ରକ୍ରିୟାରେ ତାହାର ସମାଧାନ କରିବାକୁ ସେ କହିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଏହି ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଖାଦ୍ୟ ସୁରକ୍ଷା ର ଜିଲ୍ଲା ଅଭିଯୋଗ ସମାଧାନ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଖାଦ୍ୟ ସୁରକ୍ଷା ଆୟୋଗର ସଦସ୍ୟା ସଚିବ ଶିବାନୀ ମହାନ୍ତି, ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ କୁମାର ହୋତା ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ। ପରେ ଅଧ୍ୟକ୍ଷ ଓ ସଦସ୍ୟ କେତେକ ସୁଲଭ ଖାଉଟି ବିକ୍ରୟ କେନ୍ଦ୍ର ଓ ମୁଖ୍ୟ ଚିକିତ୍ସାଳୟ ର ଏନ ଆର ସି କେନ ପରିଦର୍ଶନ କରିଥିଲେ।

Leave a Reply

Your email address will not be published.