ପୁରୀରେ କେନ୍ଦ୍ର ସରକାରଙ୍କ ସଂସ୍କୃତି , ପର୍ଯ୍ୟଟନ ଓ ପରିବହନ ବିଭାଗ ସଂସଦୀୟ କମିଟି

ପୁରୀ, (ନାଗରାଜ ନ୍ୟୁଜ): ପୁରୀରେ କେନ୍ଦ୍ର ସରକାରଙ୍କ ସଂସ୍କୃତି , ପର୍ଯ୍ୟଟନ ଓ ପରିବହନ ବିଭାଗ ସଂସଦୀୟ କମିଟି । ଟି.ଜି.ଭେଙ୍କଟେଶଙ୍କ ଅଧ୍ୟକ୍ଷତାରେ ଏହି ୨୨ ଜଣିଆ ସଦସ୍ୟ ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଏହି ଟିମ୍ ସହ ଏଏସଆଇ ଏଡ଼ିଜି ମଧ୍ୟ ଆସିଥିଲେ। ସେପଟେ ହାଇକୋର୍ଟରେ ମାମଲା ଥିବାରୁ ଅଧିକ କିଛି କହିହେବ ନାହିଁ ଓ ଦୁଇ ସପ୍ତାହ ସମୟ ନେଇଥିବା ଏଏସଆଇ ସୁପରିଟେଣ୍ଡେଣ୍ଟ କହିଛନ୍ତି। ଆମସାର ଆଇନ୍ ସମ୍ପର୍କରେ ସମସ୍ତେ ଅବଗତ ଅଛନ୍ତି।ସଂସଦରେ ଏନେଇ ସ୍ଵତନ୍ତ୍ର ଆଇନ୍ ରହିଛି। ଦର୍ଶନ ପରେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଏଏସଆଇ ଏଡିଜି। ପରେ ଏଏସଆଇ ଏଡିଜି ଟିମ୍ ସଦସ୍ୟଙ୍କ ସହ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ। ସେପଟେ ଆସନ୍ତା 27 ତାରିଖରେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ତରଫରୁ ପୁରୀରେ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହେବ।

ହାଇକୋର୍ଟରେ ଆଜି ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଶୁଣାଣି ହୋଇଥିବାବେଳେ ଆଜି ପାର୍ଲାମେଣ୍ଟର ୨୨ ଜଣିଆ ଷ୍ଟାଣ୍ଡିଂ କମିଟି ପୁରୀ ଗସ୍ତରେ ଆସିଥିଲେ।କେନ୍ଦ୍ର ସରକାରଙ୍କ ସଂସ୍କୃତି, ପର୍ଯ୍ୟଟନ ଓ ପରିବହନ ବିଭାଗ ସଂସଦୀୟ କମିଟି ସଦସ୍ୟ ଦଫା ଦଫାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।ଏଥିସହ ଶ୍ରୀମନ୍ଦିର ଭିତରେ ଏବଂ ବାହାରେ ଭକ୍ତଙ୍କ ଦର୍ଶନ,ସୁରକ୍ଷା ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।ସାଂସଦ ଟି.ଜି.ଭେଙ୍କଟେଶଙ୍କ ଅଧ୍ୟକ୍ଷତାରେ ଆସିଥିଲା ଏହି ଟିମ୍।ସଂସଦୀୟ କମିଟି ସଦସ୍ୟ ତଥା ମହାରାଷ୍ଟ୍ର ସାଂସଦ ସମ୍ବାଜି ରାଓ ଛତ୍ରପତି କହିଛନ୍ତି ଏଏସଆଇର ଅନୁମତି ଅନୁଯାୟୀ ପ୍ରକଳ୍ପ କାର୍ଯ୍ୟ ହେବା ଉଚିତ୍। ଅନ୍ୟପଟେ ମହାପ୍ରଭୁଙ୍କ ଦର୍ଶନ ସାରି ଏଏସଆଇ ଏଡିଜି ଆଲୋକ ତ୍ରୀପାଠି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ପରୋକ୍ଷରେ ଏଏସଆଇ ଏଡିଜି ରାଜ୍ୟ ସରକାରଙ୍କୁ ଆମସାର୍ ଆକ୍ଟ ପାଠ ପଢାଇଥିବା ବେଳେ କୋର୍ଟରେ ମାମଲା ଥିବା କହିଛନ୍ତି। ଅନ୍ୟପଟେ ନିର୍ମାଣସ୍ଥଳକୁ ଯାଇ ପ୍ରକଳ୍ପ କାର୍ଯ୍ୟର ସବିଶେଷ ଅନୁଧ୍ୟାନ କରିଛନ୍ତି ଏଏସଆଇ ଏଡିଜି ଆଲୋକ ତ୍ରୀପାଠି।

ସେପଟେ ଆଜି ପରିକ୍ରମା ମାର୍ଗ ପ୍ରକଳ୍ପର ଶୁଣାଣୀ ହୋଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ବେଆଇନ ଖନନକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାରେ ତଥ୍ୟ ରଖିବାକୁ ଦୁଇ ସପ୍ତାହର ସମୟ ନେଇଛନ୍ତି ଏଏସଆଇ। ଏହାର ଶୁଣାଣି କରି ଉଭୟ ରାଜ୍ୟ ସରକାର ଓ ଏଏସଆଇ ବିଶେଷଜ୍ଞ ମିଳିତ ଯାଞ୍ଚ କରି ସାନି ରିପୋର୍ଟ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ମେ ୧୬ ତାରିଖରେ ହେବ ବୋଲି ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ। ସାମାଜିକ କର୍ମୀ ଦିଲୀପ ବରାଳଙ୍କ ପକ୍ଷରୁ ଏହି ଜନସ୍ବାର୍ଥ ମାମଲା ରୁଜୁ କରାଯାଇଥିଲା । ସେପଟେ ଭୁବନେଶ୍ଵରର ଜଣେ ସାମାଜିକ କର୍ମୀଙ୍କ ପକ୍ଷରୁ ଏକ ଇଣ୍ଟରଭିନିଂ ପିଟିସନ ଦାଖଲ କରାଯାଇଛି। ଯାହା ଉପରେ ପରବର୍ତ୍ତୀ ସମୟରେ ଶୁଣାଣି ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଆସନ୍ତା 27 ତାରିଖରେ ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ତରଫରୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁରୀରେ ଏକ ବିଶାଳ ଶୋଭାଯାତ୍ରା ହେବ ଓ ଏଥିରେ ବିଭିନ୍ନ ସଙ୍ଗଠନ ସହ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସାମିଲ ହେବେବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ପ୍ରକଳ୍ପର ଭାଗ୍ୟ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ କମିଟି କେବେ ଆସି ସ୍ଥିତି ଅନୁଧ୍ୟାନ କରିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ।

Leave a Reply

Your email address will not be published.