ରଟିଣା ଗ୍ରାମରେ ପାଟୁଆ ଯାତ୍ରା ପାଳିତ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ଅଧୀନସ୍ଥ ରଟିଣା ପଞ୍ଚାୟତରେ ତୁମ୍ଭାପଦି ଗ୍ରାମରେ ମା ଘଣ୍ଟ ବାଶୁଳୀ ଦଳ ଦ୍ବାରା ଦୁଇଦିନ ଧରି ପାଟୁଆ ଯାତ୍ରା ପାଳିତ ହୋଇଯାଇଅଛି, ରଟିଣା ସରପଞ୍ଚ ପ୍ରତିନିଧି ପ୍ରଫୁଲ୍ଲ କୁମାର ମହାନ୍ତି ଉଦଘାଟନ କରିଥିଲେ, ଏହି ଘଣ୍ଟ ପାଟୁଆ ରେ 20 ରୁ ଅଧିକ ଘଣ୍ଟ ପାଟୁଆ ଯଥାବିଧି ଅନୁଯାଇ ପୂଜା ଅର୍ଚନା କରି ପ୍ରଥମେ ରଟିଣା ଗ୍ରାମ ଦୋଳ ପଡିଆ ପୋଖରିରୁ ଘଟ ପୂଜା କରି ପୁରା ଗ୍ରାମ ଭ୍ରମଣ କରି ମା ଘଣ୍ଟ ବାଶୁଳୀଙ୍କ ପିଠରେ ସ୍ଥାପନ କରିଥିଲେ, ପରଦିନ ଫୁଡା କାର୍ଯ୍ୟକ୍ରମ କରାଯାଇଥିଲା ଓ ପୁରା ଗ୍ରାମ ଭ୍ରମଣ କରାଯାଇ ଅପରାହ୍ନରେ ଉଡ଼ା ଏବଂ ଶେଷରେ ଅଗ୍ନି ପରୀକ୍ଷା 20 ଜଣ ଘଣ୍ଟ ପାଟୁଆ ନିଆଁରେ ଚାଲିବା ବିଧି କାର୍ଯ୍ୟ କରାଯାଇଥିଲା, ଏହି ଯାତ୍ରା ରେ ରଟିଣା ପଞ୍ଚାୟତ ବାସୀଙ୍କ ସମେତ ଆଖ ପାଖ ଅଞ୍ଚଳରୁ ବହୁ ଯାତ୍ରି ମାନଙ୍କର ସମାଗମ ହୋଇଥିଲା .

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.