ଢେଙ୍କାନାଳରେ ପୁଲିସ ଶହୀଦ୍ ଦିବସ ପାଳିତ

ଢେଙ୍କାନାଳ(ନାଗରାଜ ନ୍ୟୁଜ), ରିଜର୍ଭ ପୁଲିସ ପଡ଼ିଆଠାରେ ଶୁକ୍ରବାର ଢେଙ୍କାନାଳ ଜିଲା ପୁଲିସ ବାହିନୀ ପକ୍ଷରୁ ୬୩ତମ ପୁୁଲିସ ଶହୀଦ୍ ଦିବସ ପାଳିତ ହୋଇଯାଇଛି । ଜିଲା ଆରକ୍ଷୀ ଅଧିକ୍ଷକ ଏଲ୍ ଦିବ୍ୟା ଭି. ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁଲିସ୍ର କର୍ତ୍ତବ୍ୟ ନିଷ୍ଠା, ତ୍ୟାଗ ଓ ବଳିଦାନ ସଂପର୍କରେ କହିଥିଲେ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ନିକଟରୁ ଆସିଥିବା ବାର୍ତ୍ତାକୁ ପାଠ କରିବାପରେ ଶହୀଦ୍ ହୋଇଥିବା ପୁଲିସ କର୍ମଚାରୀମାନଙ୍କ ସ୍ମୃତିଚାରଣ କରି ଗତ ଏକବର୍ଷ ମଧ୍ୟରେ ଓଡିଶାର ୩ଜଣଙ୍କ ସମେତ ଭାରତରେ ଶହୀଦ୍ ହୋଇଥିବା ୨୬୧ଜଣଙ୍କ ନାମ ପଢିଥିଲେ । ପରେ ଶହୀଦ୍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ରିଜର୍ଭ ଇନିସ୍ପେକ୍ଟର କବି ରଞ୍ଜନ ସେଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ସମ୍ମିଳିତ ପ୍ୟାରେଡ୍ ସହୀଦ୍ମାନଙ୍କ ଉଦେ୍ଦଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲାପାଳ ସରୋଜ କୁମାର ସେଠୀ, ଅତିରିକ୍ତ ଜିଲା ଆରକ୍ଷୀ ଅଧିକ୍ଷକ ପୁରୁଷୋତ୍ତମ ସେଠୀ, ଭବାନୀ ଉଦଗାଦାଙ୍କ ସମେତ ଅନ୍ୟାନ୍ୟ ପୁଲିସ୍ ଅଧିକାରୀ କର୍ମଚାରୀ ଯୋଗ ଦେଇଥିଲେ । ଏହି ଅବସରରେ ଅନୁଷ୍ଠିତ ପ୍ୟାରେଡ୍ରେ ମୁଖ୍ୟଅତିଥି ଅଭିଭାବଦନ ଗ୍ରହଣ କରିଥିଲେ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.