ପୁରୀରେ ଆରମ୍ଭ ହେଲା ରାଜନୈତିକ ହିଂସା, ଯୁବକ ଗୁରୁତର

ପୁରୀ, (ନାଗରାଜ ନ୍ୟୁଜ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଆରମ୍ଭ ନହେଉଣୁ ପୁରୀରେ ଦେଖିବାକୁ ମିଳିଛି ନିର୍ବାଚନ ହିଂସା । ଆଜି ପୁରୀ ସଦର ଚନ୍ଦନପୁର ଦାଣ୍ଡସାହିରେ ସ୍ୱାଧୀନ ପ୍ରାର୍ଥୀଙ୍କ ଭାଇକୁ ଛୁରା ମାଡ଼ ହୋଇଛି । ଏଥିରେ ଭୀମସେନ ପ୍ରଧାନ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇ ପୁରୀ ସଦର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published.