ରମଜାନ ପର୍ବ ଉପଲକ୍ଷେ କର ମହାନଗର ଉଦ୍ୟମରେ ପ୍ରସ୍ତୁତି ବୈଠକ

କଟକ,(ନାଗରାଜ ନ୍ୟୁଜ): କଟକ ମହାନଗର ନିଗମ ମେୟର ସୁବାସ ସିଂହ ଙ୍କ ଅଧ୍ୟକ୍ଷତାରେ ଓ କମିଶନର ନିଖିଳ ପବନ କଲ୍ୟାଣ ଉପସ୍ଥିତିରେ ପବିତ୍ର ରମଜାନ ପର୍ବ ପାଇଁ ପ୍ରସ୍ତୁତି ବୈଠକ ମହାନଗର ନିଗମ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଆସନ୍ତା ମାର୍ଚ୍ଚ ମାସ 23 ତାରିଖରୁ ଆରମ୍ଭ ହୋଇ ଏକ ମାସ ପର୍ଯ୍ୟନ୍ତ ମୁସଲମାନ ଭାଇ ଉପବାସ ପାଳନ କରିବେ । ପ୍ରତେକ୍ ମସଜିଦ ଅଞ୍ଚଳ ରେ ନାଳ ସଫା , ଦିବାରାତ୍ରି ପାନୀୟ ଜଳ ଯୋଗାଣ , ବିଦୂତ ସରବରାହ ବେବସ୍ଟା , ପରିମଳ ସଫେଇ ଆଦି ସମସ୍ତ ବେବାସ୍ତା ଦୁଇ ଓଳି କରାଯାଇ ପରିଷ୍କାର ପରିଛନ୍ନ ରକ୍ଷା କରାଯିବା ପାଇଁ ଗୁରୁତର ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଏହି ସମୟରେ ମସଜିଦ ସାମନା ପାର୍କିଂ ବ୍ୟବସ୍ଥା ପୋଲିସ petroling ରାତ୍ରି ସମୟରେ ଦୋକାନ ଖୋଲିବା କୁ ଅନୁମତି ଦିଆଯିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଅଛି ।

ଏହି କ୍ରମରେ କଦମ ରସୁଲ, ଇଦଘା, ଦିୱାନ୍ ବଜାର, ଦର୍ଘା ବଜାର ଯୋବ୍ରା , ଗୋପାଳପୁର, କେଶର ପୁର , ଓଡ଼ିଆ ବଜାର, , ସୂତାହାଟ, ମସ୍ତାନ ଦର୍ଘା, ପ୍ରଭୁତି ସମସ୍ତ ମସଜିଦ ଗୁଡ଼ିକ ଆଲୋକି କାରଣ ପ୍ରତି ଗୁରୁତ୍ବ ଦିଆଯିବା।ମେୟର ଶ୍ରୀ ସିଂହ ଓ କମିଶନର ଏବଂ ସ୍ବାସ୍ଥ୍ୟ ଅଧିକାରୀ ସମେତ ସମସ୍ତ office ପ୍ରମୁଖ ମସଜିଦ ପରିଦର୍ଶନ କରି ସ୍ଥିତି ର ସମୀକ୍ଷା କରିବେ । ଉକ୍ତ ବୈଠକ ରେ କର୍ପୋରେଟର ସ୍ବାସ୍ଥ୍ୟ କମିଟି ଅଧ୍ୟକ୍ଷା ଦିପ୍ତିମୟୀ ମୂଳିଆ, କର୍ପୋରେଟର କେ ଯେ ଆଫ୍ରିନ, କୁରେସ ନର୍ , ମହମ୍ମଦ ଆଲାମ, ମୋନାଲିସା ଦାସ, ଲିଜାରାନି ରାଉତ , ଜନାର୍ଦ୍ଦନ ପରିଡ଼ା, ସ୍ୱର୍ନପ୍ରଭା ପଶାୟତ, ଝିଲି ବିହାରୀ, ଆରତୀ ସାହୁ, ରମଜାନ ଖାନ , ମହମ୍ମଦ ସକିଲ , ହାଦି ବାବୁ , ଡ ଆୟୁବ ଖାନ , ଏ ହୁସେନ , ୱାଲିଦ୍ ପଟେଲ , ମହମ୍ମଦ ଆଜିର ରହେମନ୍ , ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ ।

Leave a Reply

Your email address will not be published.