ବାଲିଆପାଳ ବିକାଶ ପରିଷଦ ଦ୍ୱାରା ସାମ୍ବାଦିକ ସମିଳନୀ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ନେତାଜୀ ଷ୍ଟାଡିୟମ ପଡିଆରେ ବାଲିଆପାଳ ବିକାଶ ପରିଷଦ ପକ୍ଷରୁ ସୁବର୍ଣ୍ଣରେଖା ଉତ୍ସବ ଆରମ୍ଭ ହୋଇଛି । ଚଳିତ ମାସ ୨୧ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ନେତାଜୀ ଷ୍ଟାଡିୟମ ପଡିଆରେ ଅନୁଷ୍ଠିତ ଖବର ଦାତା ସମ୍ମିଳନୀରେ କମିଟିର ଆବାହକ ସତ୍ୟକାମ ମହାନ୍ତିଙ୍କ କହିଛନ୍ତି । ସରକାରଙ୍କ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛଉ ନାଚ, ଗୋଟିପୁଅ ନାଚ, ଓଡ଼ିଶୀ ନାଚ, ସମ୍ବଲପୁରୀ ନାଚ ଇତ୍ୟାଦି ପରିବେଷଣ ହେବା ସହିତ ବିଭିନ୍ନ ଦିବସରେ ହଲିଓଡ, ବଲିଓଡ, ଚଳଚିତ୍ର ଓ ଛୋଟ ପରଦାର ସେଲିବ୍ରେଟି, ଷ୍ଟାରଙ୍କ ସହିତ ମେଲୋଡ଼ି ଷ୍ଟାର ଏବଂ ଓଡ଼ିଶାର ନାମିଦାମୀ ରାଜନୈତିକ ବ୍ୟକ୍ତି, କବି, ଲେଖକ ଓ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଖବରଦାତା ସମ୍ମିଳନୀରେ ପ୍ରକାଶ କରାଯାଇଛି । ଏହା ସହିତ ଅଞ୍ଚଳର ଆମପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ପ୍ରତେକ ଦିନ ଅନୁଷ୍ଠିତ ହେବ ।
ବିକାଶ ପରିଷଦର ସଭାପତି ସୁଶାନ୍ତ କୁମାର ଦାସ, ସମ୍ପାଦକ ପ୍ରତାପ କୁମାର ପାତ୍ର, କୋଷାଧ୍ୟକ୍ଷ ଜଗବନ୍ଧୁ ଜେନା, ମେଳା ପରିଚାଳକ ମନୋଜ କୁମାର ଜେନା, ସହିତ ମିଡିଆ ସଂଯୋଜକ ପ୍ରଦୀପ କୁମାର ଜେନାଙ୍କ ସହିତ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.