କୁପାରୀ କପିଳ ମୁନି ମେଳା କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

ଖଇରା,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା କୁପାରୀ ସ୍ଥିତ ବାବା କପିଳ ମୁନିଙ୍କ ମକରମେଳା ନିମନ୍ତେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ମେଳା କମିଟିର ସମ୍ପାଦକ ଜୟନ୍ତ କୁମାର ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ମିଳନୀରେ ବ୍ଲକ ଓ ଜିଲ୍ଲା ସ୍ତରୀୟ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ଆଗାମୀ ତା ୧୪/୦୧/୨୩ ରିଖ ଶନିବାର ଘଟୋତ୍ତୋଳନ ଓ ନବଦିନ ବ୍ଯାପୀ ପ୍ରସାଦ ସେବନ, ତା ୧୫/୦୧/୨୩ ଓ ତା ୧୬/୦୧/୨୩ ରିଖ ୨ଦିନଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନୃତ୍ୟ ପରିବେଷଣ, ତା ୧୭/୦୧/୨୩ ୨ ଦିନଧରି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପାଲା ପରିବେଷଣ ଓ ତା ୨୦/୦୧/୨୩ ରିଖରେ ଗୀତାଯଜ୍ଞ ଅନୁଷ୍ଠିତ ହେବ । ତା ୨୦/୦୧/୨୩ ରିଖଶୁକ୍ରବାର ଠାରୁ ତା ୨୨/୦୧/୨୩ ରିଖ ରବିବାର ପର୍ଯ୍ୟନ୍ତ ଦୈନିକ ସଂଧ୍ଯା ୬ ଘଟିକା ଠାରୁ ମକରମେଳା ଉପଲକ୍ଷେ ମକରମେଳା ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଶ୍ରୀ ରାଉତ ସାମ୍ବାଦିକଙ୍କ ଆଗରେ ପ୍ରକାଶ କରିଥିଲେ । ପୂର୍ବ ବର୍ଷପରି ଏବର୍ଷ ଭିନ୍ନ ଧରଣ ଓ ବହୁ ଆଡମ୍ବର ସହକାରେ ପାଳନ କରାଯିବ, ଓଡିଶା ସାଂସ୍କୃତିକ ବିଭାଗ ତରଫରୁ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ଉନ୍ନତ ଧରଣର ମେଲୋଡି ପାର୍ଟି ଯୋଗାଇ ଦେବେ ବୋଲି ଶ୍ରୀ ରାଉତ କହିଛନ୍ତି । ଗଣତନ୍ତ୍ରର ୪ର୍ଥ ସ୍ତମ୍ଭ ହେଉଛନ୍ତି ଗଣମାଧ୍ୟମ ପ୍ରତିନିଧି । ସାମ୍ବାଦିକ ମାନେ ଚାହିଁଲେ ଏହାର ପ୍ରଚାର ପ୍ରସାର ହୋଇପାରିବ, ଏହି ପରିପ୍ରେକ୍ଷୀରେ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ମକରମେଳା ନିଉଜ୍ ପ୍ରକାଶ ସହିତ ତା ୧୪/୦୧/୨୩ ରୁ ତା ୨୨/୦୧/୨୩ ରିଖ ରବିବାର ପର୍ଯ୍ୟନ୍ତ ପୂର୍ଣ୍ଣ ସହଯୋଗ ପାଇଁ ମତାମତ ଲୋଡିଥିଲେ । ଏଥିରେ ପୂର୍ଣ୍ଣ ମତାମତ ପ୍ରଦାନ କରିଥିଲେ ସାମ୍ବାଦିକ ବନ୍ଧୁ ମାନେ । ଏହି ଅବସରରେ ସାମ୍ବାଦିକ ମାନଙ୍କ ତରଫରୁ ପଚରା ଯାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ସମ୍ପାଦକ ଶ୍ରୀ ରାଉତ । ଏଥିରେ ମେଳାକମିଟିର ମେମ୍ବର ସୁଦର୍ଶନ ମହାପାତ୍ର, ସୁରେନ୍ଦ୍ର ମାଝୀ, ରତ୍ନାକର ସେଣ୍ଡ, ଭଗବାନ ସାହୁ, ଓ ବୀରଭଦ୍ର ଜେନା ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ବାଲେଶ୍ଵର ଜିଲ୍ଲାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.