ମା ଜାଡିମହଲ ଯାତ୍ରା କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

ବାଲେଶ୍ଵର,(ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋଳିହା ପଞ୍ଚାୟତ ପତିରାଜପୁର ଯାତ୍ରା ପଡିଆରେ ମା ଜାଡିମହଲ ଯାତ୍ରା କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ପରି ଆସନ୍ତା ତା ୦୬/୪/୨୦୨୨ରୁ ତା ୦୮/୪/୨୦୨୨ ରିଖ ୩ ଦିନ ଧରି ଯାତ୍ରା ପରିବେଷଣ ନେଇ କମିଟି ସାମ୍ବାଦିକ ମାନଙ୍କ ଆଗରେ ପ୍ରକାଶ କରିଥିଲା । ସାମ୍ବାଦିକ ମାନଙ୍କ ତରଫରୁ ପଚରାଯାଇଥିବା ବିଭିନ୍ନ ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ରଖିଥିଲା କମିଟି । ଶାନ୍ତି ଶୃଙ୍ଖଳାର ସହିତ କିପରି ଯାତ୍ରା ପରିବେଷଣ କାର୍ଯ୍ୟକ୍ରମ ଶେଷ ହେବ ସେଥି ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ କମିଟିର ମୁଖ୍ୟ ନିତିଶ କୁମାର ରାଉତ । ଉମାକାନ୍ତ ନାୟକ, ଗୋଲଖ ପ୍ରସାଦ ଖଟୁଆ, ପ୍ରଦୀପ ଘଡେଇ, ବାପିନ ପଣ୍ଡା, ବୁଦ୍ଧିରାମ ସେଣ୍ଡ, ଅଶ୍ବିନୀ କୁମାର ସାମଲ, ଭାଗିଦାରୀ ପାତ୍ର, କମଳାକାନ୍ତ ଦାସ, ପ୍ରଶାନ୍ତ ନାୟକ, ସନ୍ତୋଷ ବେହେରା, ରମେଶ ମହାରଣା, ରତିକାନ୍ତ ଜେନା, ଲକ୍ଷ୍ମୀଧର ଦାସ, ଗୌତମ ପଲେଇ, କୈଳାସ ଦାସ, ରାକେଶ ନାୟକ, ରବୀନ୍ଦ୍ର ଦାସ, ବିଦ୍ଯାଧର ପାତ୍ର, ଉମାକାନ୍ତ ପାତ୍ର, ରମାକାନ୍ତ ପାତ୍ର,ଗୋବିନ୍ଦ ସିଂ, ସନାତନ ଦାସ, ପର୍ଶୁରାମ ରାଉତ, ଶ୍ରୀଧର ସେଠୀ, ବିଜୟଦାସ, ରଙ୍କନିଧି ଦାସ, ମଧୁସୂଦନ ପାତ୍ର, ସମ୍ବୁନାଥ ହାତୀ, ରତ୍ନାକର ସାହୁ, ସୁରେନ୍ଦ୍ର ଦାସ, ଚନ୍ଦନ ମଣ୍ଡଳ ପ୍ରମୁଖ କମିଟିର ଚିରସ୍ଥାୟୀ ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ବାଲେଶ୍ବର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.