ୱାଲ୍ଡ ଫିଟନେସ ଫେଡେରେସନ ଓ କଳିଙ୍ଗ ବଡି ବିଲଡିଂ ଫିଟନେସ ଆସୋସିଏସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ

ପୁରୀ, (ନାଗରାଜ ନ୍ୟୁଜ): ୱାଲ ଫିଟନେସ ଫେଡେରେସନ ଓ କଳିଙ୍ଗ ବଡି ବିଲଡିଂ ଫିଟନେସ ଆସୋସିଏସନ ପକ୍ଷରୁ ଚଳିତ ୨୦୨୨ବର୍ଷ ପାଇଁ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଇଭେଣ୍ଟ କ୍ୟାଲେଣ୍ଡର ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଆସନ୍ତା ଜାନୁଆରୀ ୯ତାରିଖ ଠାରୁ ନଭେମ୍ବର ୨୭ତାରିଖ ପର୍ଯ୍ୟନ୍ତ ଓଡିଶାର ବିଭିନ୍ନ ଜିଲ୍ଲାରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ କରାଯିବା ନେଇ ସଂଘର ସମ୍ପାଦକ ସୂଚନା ପ୍ରଦାନ କରିଛନ୍ତି । ପାଖାପାଖି ୧୧ଟି ବର୍ଗରେ ଏହି ପ୍ରତିଯୋଗିତା ଗୁଡିକ ହେବାକୁ ଥିବାବେଳେ ବିଭିନ୍ନ ସ୍ଥାନରେ ଏହାକୁ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ତେବେ ନଭେମ୍ବର ମାସର ୨୫ରୁ ୨୭ତାରିଖ ତିନିଦିନ ପର୍ଯ୍ୟନ୍ତ ଭୁବନେଶ୍ୱର ଠାରେ ଜାତୀୟସ୍ତରରେ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତା କରାଯିବା ନେଇ ସୂଚନା ପ୍ରଦାନ କରିଛନ୍ତି ।

ଜାତୀୟସ୍ତରରେ ପ୍ରତିଯୋଗିତାରେ ୨୫ଟି ରାଜ୍ୟରୁ ୫୦୦ରୁ ଉର୍ଧ୍ଵ ପ୍ରତିଯୋଗୀ ଯୋଗଦାନ କରିବାକୁ ଥିବାବେଳେ ଏଥିରେ ମହିଳା ଏବଂ ପୁରୁଷ ବର୍ଗର ବିଭିର୍ନ ଇଭେଣ୍ଟ ରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ମେଗା ପ୍ରତିଯୋଗିତା ନେଇ ଓଡିଶା ରାଜ୍ୟ ପକ୍ଷରୁ ପ୍ରତିଯୋଗୀମାନଙ୍କୁ ସ୍ୱତନ୍ତ୍ର ଟ୍ରେନିଂ ପ୍ରଦାନ କରାଯିବା ସହ ଜାନୁଆରୀ ୯ ତାରିଖ ଠାରୁ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ କରାଯିବାକୁ ସଂଘ ପକ୍ଷରୁ ଲକ୍ଷ ରଖାଯାଇଛି । ତେବେ ଏହି ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଏକ ବ୍ୟୟ ବହୁଳ ଓ କଷ୍ଟ ସାଧ୍ୟ ପ୍ରତିଯୋଗିତା ହୋଇଥିବା ବେଳେ ଏହି ପ୍ରତିଯୋଗିତାରେ ସାମିଲ ହେଉଥିବା ଯୁବକ ଯୁବତୀମାନଙ୍କୁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୋତ୍ସାହନ ଓ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରାଯିବା ଦିଗରେ ପ୍ରଚେଷ୍ଟା କରିବାକୁ ସଙ୍ଘର ଉପଦେଷ୍ଟା ମତ ଦେଇଛନ୍ତି । ଏହି ଅବସରରେ ସଂଘର ଉପଦେଷ୍ଟା ଗୌରୀ ଶଙ୍କର ସିଂହାରୀ, ସାଧାରଣ ସମ୍ପାଦକ ରଞ୍ଜନ ମହାନ୍ତି, ଉପସଭାପତି ସନ୍ତୋଷ ଆଡିହ, କୋଷାଧକ୍ଷ ଚିତ୍ତ ରଞ୍ଜନ ବେହେରା, ସଦସ୍ୟ ବିଧାନ ଦାସ, ଶିବ ପ୍ରସନ୍ନ ପଟ୍ଟନାୟକ, ପ୍ରମୋଦ କୁମାର ମହାପାତ୍ର ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବାବେଳେ ସାଧାରଣ ସମ୍ପାଦକ ସମସ୍ତ ସୂଚନା ପ୍ରଦାନ କରି ଏହାର ସଫଳ ରୂପାୟନ କାମନା କରିଥିଲେ ।

Leave a Reply

Your email address will not be published. Required fields are marked *