ରାଉରକେଲା ଆଚ୍ଛା ସଙ୍ଗଠନ ଶାଖା ପକ୍ଷରୁ ଅସହାୟଙ୍କୁ ଖାଦ୍ୟ ବଣ୍ଟନ


ରାଉରକେଲା: ଲକ୍ ଡାଉନ୍ ଓ ସଟ୍ ଡାଉନ୍ ସମୟରେ ଅସହାୟ ଲୋକମାନେ ବର୍ତ୍ତମାନ ଖାଦ୍ୟ ଅଭାବରୁ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସାଧାରଣ ଗରିବ ଲୋକମାନେ କୋଭିଡ୍ ୧୯ ସହ ସଂଗ୍ରାମ ଆଜି ପର୍ଯ୍ୟନ୍ତ ଜାରି ରଖିଛନ୍ତି । ସାଧାରଣ ଅସହାୟ ଲୋକଙ୍କ ଏହି ସବୁ ଅସୁବିଧାକୁ ଦେଖି ଆଚ୍ଛା ସଂଗଠନ ଲୋକ ମାନଙ୍କୁ ସହାୟତା ଯୋଗାଇଦେବାକୁ ଆଗେଇ ଆସିଛି ।

ପ୍ରଥମେ ସଚେତନତା କାର୍ଯ୍ୟକ୍ରମ ତାପରେ ପ୍ରତିଦିନ ରକ୍ତଦାନଶିବିର , ମାସ୍କ, ସାନିଟାଇଜର୍ ,ସାବୁନ୍ ବଣ୍ଟନ,ଶୁଖିଲା ଖାଦ୍ୟ ଓ ପନିପରିବା ବଣ୍ଟନ ସହ ଜନସାଧାରଣଙ୍କ ମାସିକିଆ କିସ୍ତି ସମସ୍ୟା ଇତ୍ୟାଦି ପ୍ରଶାସନକୁ ଜଣାଇବା ସହ ତାର ପ୍ରତିକାର ମଧ୍ୟ କରାଇବାକୁ ଅନୁରୋଧ ଭଳି ଅନେକ କିଛି କାର୍ଯ୍ୟମାନ କରିଆସୁଅଛି । ମହାମାରୀ କରୋନାର ପ୍ରାଦୁର୍ଭାବରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଯେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ୍ ଓ ସଟ୍ ଡାଉନ୍ ଘୋଷଣା କଲେ ସେତେବେଳେ ବିଭିନ୍ନ ବର୍ଗର ଲୋକେ ପ୍ରଭାବିତ ହେଲେ ଏବଂ ଭୋକ ଉପାସରେ ବିଭିନ୍ନ ପ୍ରବାସୀ ହଇରାଣ ହେଲେ । ବିଭିନ୍ନ ସ୍ଥାନରେ ସ୍ୱେଚ୍ଛାସେବୀ ସଙ୍ଗଠନ ତଥା ବିଭିନ୍ନ ବ୍ୟକ୍ତି ସହାୟତାର ହାତ ବଢାଇଲେ ।

ସରକାର ମଧ୍ୟ ତପ୍ତର ହୋଇଉଠିଲେ; ମାତ୍ର ବିଭିନ୍ନ ସ୍ଥାନରେ ଭିକ୍ଷାବୃତ୍ତି କରି ଦିନ କାଟୁଥିବା ଲୋକେ ଦୃଷ୍ଟି ଆଢୁଆଳରେ ରହିଗଲେ । ଏହି ପରିପ୍ରେକ୍ଷୀରେ ରାଉରକେଲା ଅଞ୍ଚଳର ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ବିଭିନ୍ନ ହସ୍ପିଟାଲ ଅଞ୍ଚଳ ଓ ବିଭିନ୍ନ ବସ୍ତିରେ ଭିକ୍ଷାବୃତ୍ତି କରି କାଳାତିପାତ କରୁଥିବା କିଛି ଅସହାୟ ବ୍ୟକ୍ତି ଲକ୍ ଡାଉନ୍ କାରଣରୁ ଉପାସରେ ରହୁଛନ୍ତି ବୋଲି ଖବର ପାଇ ଆଚ୍ଛା ସଙ୍ଗଠନର ରାଉରକେଲା ଜିଲ୍ଲା ସଂଯୋଜକ ଷୋମ ଆନନ୍ଦ ସ୍ୱାଇଁ, ଆଚ୍ଛା ସଙ୍ଗଠନର ଅବିନାଶ ପାତ୍ର ଓ ଜିତେନ୍ଦ୍ର ନାୟକ ପ୍ରଭୃତି ସଦସ୍ୟ ମାନେ ଆଜି ରାଉରକେଲା ବସ୍ ଷ୍ଟାଣ୍ଡ, ରେଳ ଷ୍ଟେସନ, ବିଭିନ୍ନ ହସ୍ପିଟାଲରେ ଥିବା ରୋଗୀଙ୍କ ସମ୍ପର୍କୀୟ ତଥା ବିଭିନ୍ନ ବସ୍ତିରେ ବୁଲିବୁଲି ଆରମ୍ଭ କଲେ ଅନ୍ନ ଦାନ । ସାଧାରଣରେ ଆଚ୍ଛା ସଙ୍ଗଠନର ଏହିଭଳି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published.