ଅସହାୟ କୋଭିଡି ଆକ୍ରାନ୍ତ ନାବାଳିକାକୁ ଉଦ୍ଧାର


କଟକ: ଅସହାୟ କୋଭିଡି ଆକ୍ରାନ୍ତ ନାବାଳିକାକୁ ଉଦ୍ଧାର । ଖବର ଅନୁସାରେ ଆଜି ଚୌଦ୍ୱାର ପୌରପାଳିକାର ୱାର୍ଡ ନ ୧୮ ଗୌଡ଼ସାହିର ପ୍ରେମାନନ୍ଦ ସାହୁଙ୍କ ଘରେ କିଛିଦିନ ହେବ ସରୋଜିନୀ ବିଶ୍ୱାଳ ସ୍ୱାମୀ ନାରାୟଣ ବିଶ୍ୱାଳ ଓ ଏକ ମାତ୍ର ଝିଅ ରୁକ୍ମିଣୀ ବିଶ୍ୱାଳ ଭଡାରେ ରହୁଥିଲେ । ସ୍ୱାମୀ ନାରାୟଣ ବିଶ୍ୱାଳ ଆଜକୁ କିଛିଦିନ ହେବ କରୋନା ରୋଗରେ ଆକ୍ରାନ୍ତ ଥିଲେ, କିନ୍ତୁ ତା ପୂର୍ବରୁ ସେ କ୍ୟାନ୍ସର ରୋଗରେ ପୀଡିତ ଥିଲେ । ତେଣୁ ତାଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ଗତ ଶୁକ୍ରବାର ଦିନ ତାଙ୍କର ଦେହାନ୍ତ ହୋଇଥିଲା ।

ତାସହ ଝିଅକୁ ମଧ୍ୟ କରୋନା ଲକ୍ଷଣ ଥିଲା ବୋଲି ଡାକ୍ତର ଔଷଧ ଦେଇ ଘରେ ରହିବା ପାଇ ପରାମର୍ଶ ଦେଇଥିଲେ । କିନ୍ତୁ ନିଜର କେହି ନଥିବା ବାପା ଓ ମାଆ ଛେଉଣ୍ଡ ଝିଅ ଅସହାୟ ହୋଇ ପଡିଥିଲା । ଏହି ଘଟଣାକୁ ନେଇ ଘର ମାଲିକ ଚାଇଲ୍ଡ ଲାଇନକୁ ଫୋନ କରିଥିଲେ । ଏହି ଖବର ପାଇ ତତକ୍ଷଣାତ ଚାଇଲ୍ଡ ଲାଇନର ଜିଲ୍ଲା ସଂଯୋଜକ ନାରାୟଣ ଶୁକ୍ଲା ଓ ଟାଙ୍ଗୀ ଚୌଦ୍ୱାର ଟାକ୍ସ ଫୋର୍ସ କମିଟି ସଦସ୍ୟ ନରୋତ୍ତମ ଦାସ ଓ ଜଣେ ମହିଳା ସଦସ୍ୟଙ୍କୁ ନେଇ ଘଟଣା ସ୍ଥଳରେ ପଂହଁଚି ନାବାଳିକା ଝିଅ ସୁରକ୍ଷା ଦୃଷ୍ଟିରୁ ଉଦ୍ଧାର କରାଯାଇଥିଲା ।

ଚୌଦ୍ୱାର ସ୍ଥିତ ହିନ୍ଦ ସେବକ ସଙ୍ଘ ଆଶ୍ରମର ସଙ୍ଘରୋଧ କେନ୍ଦ୍ରରେ ରଖାଯାଇଛି । ଆଶ୍ରମ ତରଫରୁ ସମସ୍ତ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ନାବାଳିକା ଝିଅଟି ପାଇଁ । ବର୍ତମାନ ନାବାଳିକା ଶିଶୁ ସୁରକ୍ଷା କମିଟି କଟକ ଓ ଚାଇଲ୍ଡ ଲାଇନର ହେପାଜତରେ ରହିଛି ଝିଅଟି । ପରିବର୍ତ୍ତିତ ସମୟରେ ନାବାଳିକା ଝିଅ ସୁସ୍ଥ ହେଲେ ଶିଶୁ ସୁରକ୍ଷା ଆଇନି ମାଧ୍ୟମରେ କାର୍ଯ୍ୟକ୍ରମ କରାଯିବ । ଟାକ୍ସ ଫୋର୍ସ ସଦସ୍ୟ ନରୋତ୍ତମ ଦାସ ସେଇ ଅଞ୍ଚଳକୁ ସାନିଟାଜର କରିବା ଉଦେଶ୍ୟରେ ଚୌଦ୍ୱାର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କୁ ଜଣାଇଥିଲେ । ଅଧିକାରୀ ମଧ୍ୟ ଏହି ଘଟଣା ଶୁଣି ଦୁଃଖ ପ୍ରକାଶ କରିଥିଲେ । ଏହି ନାବାଳିକା ସୁସ୍ଥ ହେଲା ପରେ ତଦନ୍ତ କରି ସରକାରୀ ସୁବିଧା ଦେବାପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ ଓ ତୁରନ୍ତ ସାନିଟାଇଜର କରାଯିବ ବୋଲି କହିଥିଲେ ।

କଟକରୁ ରିନା ବେହେରାଙ୍କ ରିପୋର୍ଟ ନାଗାରାଜ ନ୍ୟୁଜ

Leave a Reply

Your email address will not be published.