ଓଡିଶା ରାଜ୍ୟ ମହିଳା ଆୟୋଗ ଶିବିର ଅଦାଲତରେ ୨୦ଟି ମାମଲାର ସମାଧାନ

ପୁରୀ,(ନାଗରାଜ ନ୍ୟୁଜ): ପ୍ରତିଟି ପରିବାର ମଧ୍ୟ ରେ ଶାନ୍ତି ଓ ସହାବସ୍ଥାନ ଏବଂ ପରିବାର ରେ ମହିଳା ଟିଏ ଯେପରି ସମ୍ମାନ ପାଇପାରିବ ସେଥିପାଇଁ ମହିଳା କମିଶନ ସର୍ବଦା ଚେଷ୍ଟିତ ବୋଲି କହିଛନ୍ତି ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ଶ୍ରୀମତୀ ମିନତୀ ବେହେରା।ଆଜି ପୂର୍ବାହ୍ନରେ ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ମହିଳା ଆୟୋଗ ପକ୍ଷରୁ ଏକ ଶିବିର ଅଦାଲତ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଆୟୋଗ ଶ୍ରୀମତୀ ବେହେରା ଜିଲ୍ଲା ମାନଙ୍କ ରେ ଶିବିର ଆୟୋଜନ ଦ୍ଵାରା ପୀଡିତାର ସମୟ ଓ ଖର୍ଚ୍ଚ ଅପଚୟ କୁ ରୋକା ଯାଇପାରୁଛି ବୋଲି କହିଥିଲେ।ଆଇନ ଓ ଅଧିକାର ରହିଥିଲେ ମଧ୍ୟ ଅନେକ ସମୟରେ ସଚେତନତା ଅଭାବରୁ ପୀଡ଼ିତା ଟି ସେଥିରୁ ବଞ୍ଚିତ ହୁଏ। ସେହିପରି ପାରସ୍ପରିକ ବୁଝାମଣା ଅଭାବରୁ ମଧ୍ୟ ପରିବାର ଭାଙ୍ଗି ଥାଏ।ଆୟୋଗର ମୁଖ୍ୟ ଲକ୍ଷ୍ୟ ଘର ସଜାଡିବା ଓ ପରସ୍ପର ର ବିଶ୍ୱାସ କୁ ମଜବୁତ କରିବା ବୋଲି ସେ କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ ପାରିବାରିକ ସଂହତି ଓ ସଦଭାବନା ଫେରେଇ ଆଣିବା କ୍ଷେତ୍ରରେ ମହିଳା ଆୟୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ବିବାଦ ର ଆପୋଷ ଆଲୋଚନା ଓ ସମାଧାନ ପାଇଁ ଏହି ଭଳି ଶିବିର ର ଆୟୋଜନ ପ୍ରଶଂସନୀୟ ବୋଲି ସେ କହିଥିଲେ। ଅତିରିକ୍ତ ଏସ ପି ଶ୍ରୀ ମିହିର ପ୍ରସାଦ ପଣ୍ଡା ଏହି ଭଳି ଶିବିର ଜିଲ୍ଲା ସ୍ତରରେ ଆୟୋଜନ ଅର୍ଥ ନ୍ୟାୟ ଆପଣଙ୍କ ପାଖକୁ ଆସିଛି ।

ତେଣୁ ପୁରୁଷ ବା ମହିଳା ଏହାର ସୁବିଧା ନେଇ ବିବାଦ ର ସମାଧାନ ପାଇଁ ଆଗେଇ ଆସିବାକୁ ସେ ଅନୁରୋଧ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଆୟୋଗର ସଦସ୍ୟ ସ୍ନେହାଞଳି ମହାନ୍ତି, ସ୍ୱର୍ଣ୍ଣ ଲତା ସାମଲ,ଜଲିନା ପ୍ରିୟଦର୍ଶିନୀ, ରେଜିଷ୍ଟାର ଶ୍ରୀ ସୁଶୀଲ ରାୟ ,ଆଇନ ଅଧିକାରୀ ଶ୍ରୀ ଅରବିନ୍ଦ ପଟ୍ଟନାୟକ , ପରାମର୍ଶ ଦାତା ଡ଼ଃ ଏନ ଟୁନା ସାହୁ,ପୋଲିସ ଡିଏସପି ଅଶ୍ମୀତା ପରମିତା ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ ସମସ୍ତ ଙ୍କୁ ସ୍ୱାଗତ, ଅତିଥି ପରିଚୟ ଓ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା ଓ ସମାଜ କଲ୍ୟାଣ ବିଭାଗ ର ଅନ୍ୟାନ୍ୟ କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।ମୋଟ ୬୭ ମାମଲା ମଧ୍ୟ ରୁ ୪୬ ଟି ମାମଲାରେ ପକ୍ଷ ଉପସ୍ଥିତ ଥିଲେ। ୨୦ ଟିର ସମାଧାନ ହୋଇଥିଲା ବେଳେ ୧୭ ଟି ମାମଲା ରେ ପୁନଃ ନୋଟିସ ଓ ୯ ଟି ମାମଲା କୁ ସମାଧାନ ପାଇଁ ଜିଲ୍ଲା ପ୍ରୋଟେକ୍ସନ ଅଧିକାରୀ ଙ୍କୁ ହସ୍ତାନ୍ତର କରାଯାଇଥିଲା।କାର୍ଯ୍ୟକ୍ରମକୁ ଶ୍ରୀ ଦୁର୍ଗା ପ୍ରସାଦ ମହାନ୍ତି, ସୁମିତା ରାଣୀ ଘୋଷ, ଶୁଭକାନ୍ତ ଦାସ,ଜୟ କୃଷ୍ଣ ପଲେଇ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published.