ସରସ୍ୱତୀ ପୂଜା ପାଳିତ

ଖପ୍ରାଖୋଲ, (ନାଗରାଜ ନ୍ୟୁଜ): ଆଜି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ମହୁରୁଣ୍ଡି ଗାଁ ଠାରେ ସରସ୍ୱତୀ ପୂଜା ପାଳିତ ହୋଇଯାଇଛି । ମା’ଙ୍କ ପୂଜାରେ ନଡ଼ିଆ, ଧୂପ, ଦୀପ ଚଢାଇ ମା’ଙ୍କୁ ବିଦ୍ୟା ଓ ବୃଦ୍ଧି ପାଇଁ ବିଦ୍ୟାର୍ଥିମାନେ ପ୍ରାର୍ଥନା କରିଥିଲେ । ମା’ ସମସ୍ତଙ୍କ ଉପରେ ତାଙ୍କର ଆଶୀର୍ବାଦ ରଖିଥାନ୍ତୁ ଓ ସମସ୍ତେ ନିଜ ଜୀବନର ଉଚ୍ଚତର ଲକ୍ଷ୍ୟ ହାସଲ କରନ୍ତୁ ବୋଲି ପୂଜକ ଯୁଧିଷ୍ଠିର ଥନାପତି ମା’ ସରସ୍ବତୀଙ୍କୁ ପ୍ରାଥନା କରିଥିଲେ । ପୂଜାରେ ପୂଜକ ଭାବେ ଯୁଧିଷ୍ଠିର ଥନାପତି ଉପସ୍ଥିତ ଥିଲେ ଓ କରୋନା କଟକଣା ନିୟମ ମାନି ସରସ୍ୱତୀ ମା’ଙ୍କ ପୂଜା ପାଳିତ ହୋଇଥିଲା ।

Leave a Reply

Your email address will not be published.