ଭଉଣୀ ମୃତ୍ୟୁକୁ ନେଇ ଥାନାରେ ଅଭିଯୋଗ କଲେ ଭାଇ

ବାଲେଶ୍ଵର,(ନାଗରାଜ ନ୍ୟୁଜ ): ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଶେଖବାଡ ଗ୍ରାମରେ ଘଟିଯାଇଛି ଅଘଟଣ । ଜଣେ ବିବାହିତା ମହିଳାଙ୍କୁ ଶ୍ବଶୁର ଘର ଲୋକେ ମାରିଦେଇଥିବା ନେଇ ଥାନାରେ ହୋଇଛି ଅଭିଯୋଗ । ଖବର ସଂଗ୍ରହରୁ ଜଣାଯାଇଛି, ଶେଖବାଡ ଗ୍ରାମର ସେକ ସରିଫୁଲ ଖାନଙ୍କ ପୁଅ ସାବିର ହୋସେନ ସିଙ୍ଗଲା ଥାନା କାଦରାୟାଁ ଗ୍ରାମ ସମିନା ବିବିକୁ ଗତ ୨୦୨୦ ମସିହା ଜାନୁୟାରୀ ମାସରେ ବିବାହ କରିଥିଲା । ମାତ୍ର ବିବାହର କିଛି ଦିନ ପରେ ସ୍ବାମୀ ସହ ପରିବାର ଲୋକେ ମିଶି ଝିଅକୁ ମାନସିକ ଓ ଶାରିରୀକ ନିର୍ଯାତନା ଦେବା ସହିତ ୨ ଲକ୍ଷ ଟଙ୍କା ଏବଂ ଏକ ମଟର ସାଇକେଲ ଦେବାକୁ ଝିଅର ପରିବାର ଉପରେ ଚାପ ପକାଇଥିଲେ । ହେଲେ ବାପ ଘର ଲୋକେ ଝିଅର ଦୁଃଖ ସହ୍ୟ କରି ନପାରି ଏକ ହୁଣ୍ଡା ସ୍କୁଟି ମଟର ସାଇକେଲ ଦେଇଥିଲେ । ପରେ ଝିଅ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ ମଧ୍ୟ ୨ ଲକ୍ଷ ଟଙ୍କା ନପାଇ ହିଂସ୍ର ପରିବାର ବୋହୁକୁ ବିଷ ଦେଇ ମାରିଦେଇଥିବା ସନ୍ଦେହ କରି ମୃତକଙ୍କ ଭାଇ ଜଳେଶ୍ଵର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ବାଲେଶ୍ଵର ମେଡିକାଲରେ ମୃତଦେହକୁ ଜବତ କରିବା ସହିତ ପୋଷ୍ଟମର୍ଟମ କରି ବାପ ଘର ଲୋକଙ୍କୁ ହସ୍ତାନ୍ତର କରି ପୁଅର ମା’କୁ ଅଟକ ରଖି ତଦନ୍ତ ଜାରି ରଖିଛି । ଏଠାରେ ସ୍ମରଣଯୋଗ୍ୟଯେ, ମୃତ ସମିନା ବିବିର ଏକ ଛୋଟ କନ୍ୟା ସନ୍ତାନ ଅଛି ।

Leave a Reply

Your email address will not be published.