ଏସସିବି ପାଳିବ ସିଲଭର ଜୁବିଲି , ସୂଚନା ଦେଲେ ମେଡିକାଲ କଲେଜ ଅଧ୍ୟକ୍ଷ

କଟକ, (ନାଗରାଜ ନ୍ୟୁଜ ): ଆସନ୍ତା ୨୬ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ ଏସସିବିରେ ପାଳନ କରାଯିବ ସିଲଭର ଜୁବିଲି । ୭୫ ତମ ବର୍ଷ ଭିତରେ ଏସସିବିର ଉନ୍ନତିରେ ସହାୟକ ହୋଇଥିବା ମହାନୁଭବ ମାନଙ୍କୁ କରାଯିବ ସମ୍ବର୍ଦ୍ଧିତ । ଏନେଇ ଗତ କିଛି ମାସ ହେଲାଣି ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି ଏସସିବି ପ୍ରଶାସନ । ଆସନ୍ତା ପିଢ଼ିର ଯୁବ ଡାକ୍ତରମାନଙ୍କ ପାଇଁ ମଧ୍ୟ ଆୟୋଜିତ ହୋଇଛି ସେମିନାର । ଯେଉଁଥିରେ ଭାଗ ନେଇଛନ୍ତି ବିଶ୍ୱର ବହୁ ପ୍ରତିଷ୍ଠିତ ବରିଷ୍ଠ ପ୍ରଫେସର । ଏହି ଅବସରରେ ରାଜ୍ୟରେ ନିଜ କ୍ଷେତ୍ରରେ ଉଲ୍ଲେଖନୀୟ ପାରଦର୍ଶିତା ପାଇଁ ବହୁ ମହାନ ବ୍ୟକ୍ତିତ୍ୱଙ୍କୁ ମଧ୍ୟ କରାଯିବ ସମ୍ମାନୀତ । ଏନେଇ ଏସସିବି ମେଡିକାଲ କଲେଜର ଅଧ୍ୟକ୍ଷ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.