ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ବାଲେଶ୍ବର, (ନାଗରାଜ ନ୍ଯୁଜ): ବାଲେଶ୍ବର ଜିଲ୍ଲା ଔପଦା ଥାନା ବଡ଼ପୋଖରୀ ରାସ୍ତାର କମାରପାଳ ଛକ ନିକଟରେ ଟ୍ରକ ଧକ୍କାରେ ଜଣେ ମା ଓ ପୁଅ ମୃତ୍ୟୁବରଣ କରିଥିବାର ଜଣାପଡିଛି । ଖବର ସଂଗ୍ରହରୁ ଜଣାପଡିଛି ଔପଦା ବ୍ଲକ ବଡପୋଖରୀ ପଞ୍ଚାୟତ ବାଲିମୁଣ୍ଡୁଳି ଗ୍ରାମର ଲୋଚନ ମଲ୍ଲିକଙ୍କ ସ୍ତ୍ରୀ ସାବିତ୍ରୀ ମଲ୍ଲିକ (୪୦) ଓ ପୁଅ(୮) କୌଣସି କାମରେ କପ୍ତିପଦା ଯାଇଥିଲେ । ସେଠାରୁ କାମସାରି ବାଇକରେ ଘରକୁ ଫେରୁଥିଲା ବେଳେ ବାଇକ ଉପରେ OR09F- 3660 ଟ୍ରକଟି ଚଢ଼ିଯାଇଥିଲା ।

ଘଟଣା ସ୍ଥଳରେ ବାଇକରେ ବସିଥିବା ମା ଏବଂ ପୁଅର ମୃତ୍ୟୁ ହୋଇଥିଲା । ମୃତକଙ୍କ ଘର ଔପଦା ଥାନା ବାଲିମୁଣ୍ଡଳୀ ଗ୍ରାମରେ ବୋଲି ଖବର ସଂଗ୍ରହରୁ ଜଣାପଡ଼ିଛି। ଘଟଣା ସ୍ଥଳରେ ଟ୍ରକକୁ ଅଟକ ରଖିଛନ୍ତି ସ୍ଥାନୀୟ ବାସିନ୍ଦା । ଖବରପାଇ ଔପଦା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବିଭିନ୍ନ ସମୟରେ ଏଭଳି ଘଟଣା ଘଟୁଥିବାରୁ ରାସ୍ତାରେ ହମ୍ପସ୍ ନିର୍ମାଣ ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ନିମନ୍ତେ ଉତ୍ଯକ୍ତ ଜନସାଧାରଣ ଦାବି କରିଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ନାଗରାଜ ନ୍ଯୁଜ

Leave a Reply

Your email address will not be published.