ଭୋଟ ବର୍ଜନ ପାଇଁ ଚେତାବନୀ ଦେଲେ ଗ୍ରାମବାସୀ 

ମୁରିବାହାଲ, (ନାଗରାଜ ନ୍ୟୁଜ): ତ୍ରିସ୍ତରିୟ ପଂଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି ସେତେ ଜୋର ରେ ଚାଲିଛି ପ୍ରଚାର ପ୍ରସାର । ଏବେ ଗାଁ ମୁହାଁ ପାର୍ଥି । ପ୍ରତିଶୃତି ର ପାହାଡ଼ ନେଇ ଆରମ୍ଭ ହୋଇଛି ପ୍ରଚାର । ବିଭିନ୍ନ ବିକାଶ ଉନ୍ନୟନ ପ୍ରତିଶୃତି ଦେଇ ଭୋଟର ମାନଙ୍କ ନିକଟତର ହେଉଛନ୍ତି । କିନ୍ତୁ ମୁରିବାହାଲ ବ୍ଲକ ଡ଼େଙ୍ଗପଦର ଗ୍ରାମରେ ପ୍ରାୟ ୧୦୦ ରୁ ଅଧିକ ଲୋକ ବସବାସ କରିଆସୁଛନ୍ତି । ହେଲେ ଆଜି ପର୍ଯ୍ୟନ୍ତ ଏହି ଗାଁ ରେ ପିଇବା ପାଇଁ ଏକ ନଳ କୂପ ଟିଏ ନାହିଁ । ପାଣି ଟିକିଏ ପାଇଁ ମାଇଲ ମାଇଲ ବାଟ ଚାଲି ପାଣି ଆଣୁଛନ୍ତି ଗାଁ ଲୋକେ । ଯଦି  ପାଣିର କୌଣସି ସୁବିଧା କରାନଯାଏ ତେବେ କାହାରିକୁ ଭୋଟ ଦେବୁନୁ ବୋଲି କହିଛନ୍ତି ଗ୍ରାମବାସୀ ।

Leave a Reply

Your email address will not be published.