ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ

ପୁରୀ,(ନାଗରାଜ ନ୍ୟୁଜ): ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ଉପଭୋକ୍ତା।ତେଣୁ ପ୍ରତ୍ୟେକ ଉପଭୋକ୍ତା ନିଜ ଅଧିକାର, ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ହେବା ଉଚିତ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ।ଆଜି ପୂର୍ବାହ୍ନରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ମାପ ଓ ଓଜନ ବିଭାଗ ଆନୁକୂଲ୍ୟରେ ଏବଂ ସାମାଜିକ ଅନୁଷ୍ଠାନ ନିହିଡାର ସହଯୋଗ ରେ ସର୍କିଟ ହାଉସ ଠାରେ ବିଶ୍ୱ ଉପଭୋକ୍ତା ଅଧିକାର ଦିବସ ପାଳିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସାହୁ ସଚେତନତା ହିଁ ସତର୍କତା ଓ ସୁରକ୍ଷା।ତେଣୁ ସମସ୍ତ ଖାଉଟି ମାନେ ଯେ କୌଣସି ଦ୍ରବ୍ୟ କ୍ରୟ କରିବା ବେଳେ ତାହାର ଗୁଣବତ୍ତା, ଦାମ୍,ଅବଧି,ଓଜନ ଇତ୍ୟାଦି କୁ ସଠିକ ଭାବେ ଅନୁଧ୍ୟାନ କରିବା ଉଚିତ। ଯୋଗାଣ ବିଭାଗ, ମାପ ଓ ଓଜନ ଇତ୍ୟାଦି ବିଭାଗ ମାନେ ନିୟମିତ ଦ୍ରବ୍ୟ ର ମାନ ଓ ଓଜନ ସମ୍ପର୍କରେ ଧରପଗଡ କରିବା ସହ ଖାଉଟି ମାନଙ୍କୁ ସଚେତନ କରାଇବାକୁ ସେ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ସମୟରେ ଠକାମୀ କରୁଥିବା ଲୋକ ମାନଙ୍କ ସଂଖ୍ୟା ଓ କୌଶଳ ବୃଦ୍ଧି ପାଉଛି। ତେଣୁ ଆମେ ପ୍ରତ୍ୟେକ ସତର୍କ ରହିବା ସହ ଆଇନ ସହାୟତା ନେଇ ଉପଭୋକ୍ତା ର ସୁରକ୍ଷା କୁ ସୁରକ୍ଷିତ ରଖିବାକୁ ମତ ଦେଇଥିଲେ।ବରିଷ୍ଠ ଆଇନଜୀବୀ ବିଜୟାନନ୍ଦ ମିଶ୍ର ଉପଭୋକ୍ତା ସୁରକ୍ଷା ଆଇନ,ଆଇନ ରେ ସହାୟତା ବ୍ୟବସ୍ଥା ଓ ଖାଉଟି ର ଦାୟିତ୍ୱ ସମ୍ପର୍କରେ ଆହ୍ଵାନ ଦେଇଥିଲେ।ଜିଲ୍ଲା ଯୋଗାଣ ଅଧିକାରୀ ସୁବୋଧ ହୋତା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ମାପ ଓ ଓଜନ ବିଭାଗର ଉପନିୟନ୍ତ୍ରକ ପ୍ରଗତି ନାୟକ ପ୍ରତ୍ୟେକ ଦିନ ଉପଭୋକ୍ତା ଦିବସ।ତେଣୁ ଉପଭୋକ୍ତା ନିଜ ନିଜ ପରିସରରେ ବ୍ୟାପକ ସଚେତନ ହେବା ସହ ନିଜ ଅଧିକାରର ସୁରକ୍ଷା ପାଇଁ ଆଗଭର ହେବାକୁ ଅନୁରୋଧ କରିଥିଲେ।କୋଣାର୍କ ଏନ ଏ ସି ର ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, କାକଟପୁର ବ୍ଲକ ଅଧ୍ୟକ୍ଷ ଶ୍ରୀଧର ନାୟକ, ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ ଖାଉଟି କଲ୍ୟାଣ ପାଇଁ ସମସ୍ତ ଙ୍କ ର ଦାୟିତ୍ୱ ରହିଛି ବୋଲି କହିବା ସହ ବ୍ଲକ ଓ ପଞ୍ଚାୟତ ସ୍ତରରେ ଏହିଭଳି ସଚେତନତା କର୍ମଶାଳା ଆୟୋଜନ କରିବାକୁ ଅନୁରୋଧ କରିଥିଲେ।ନିହିଡା ର ସମ୍ପାଦକ ଭକ୍ତ ବିହାରୀ ମିଶ୍ର ସମସ୍ତଙ୍କୁ ସ୍ୱାଗତ ସହ ଚଳିତ ବର୍ଷ ର ଉପଭୋକ୍ତା ଦିବସର ବିଷୟ ସ୍ୱଛ ଶକ୍ତି ପରିବର୍ତ୍ତନ ବା କ୍ଲିନ ଏନର୍ଜି ଟ୍ରାନଜିସନ ସମ୍ପର୍କରେ ଆଲୋକପାତ କରିଥିଲେ।ସଦର ସିଡିପିଓ ସଂଯୁକ୍ତା କାନୁନଗୋ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କର୍ମଶାଳାରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ସ୍ୱଛାସେବୀ ମାନେ ଯୋଗ ଦେଇଥିଲେ।

Leave a Reply

Your email address will not be published.