ଭିଜିଲାନ୍ସ ଜାଲରେ ଡିଏସପି ଅଭିନବ ଡାଳୁଆ

Spread the love

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଭିଜିଲାନ୍ସ ଜାଲରେ ସଦରଥାନା ଦାୟିତ୍ୱରେ ଥିବା ଆଇଆଇସି ଅଭିନବ ଡାଳୁଆ । ନିକଟରେ ଡିଏସପିକୁ ପଦୋନ୍ନତି ପାଇଥିଲେ।ରାଉରକେଲାରେ ଡିଏସପି ଭାବରେ ତାଙ୍କର ବଦଳି ହୋଇଥିଲା। ଏକ କୋଇଲା ଟ୍ରକର ରଫାଦଫା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡିବସିଲା ଭିଜିଲାନ୍ସ।କଟକ ଭିଜିଲାନ୍ସ ସେଲର ଏସପି ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀଙ୍କ ନିର୍ଦ୍ଧେଶରେ ଏକ ଟିମ ସଦରଥାନାରେ ରେଡ କରିଛି।ତାଙ୍କର ସରକାରୀ ବାସଭବନରେ ମଧ୍ୟ ଚଢାଉ ଜାରି ରହିଥିବା ଜଣାପଡିଛି।୧୧ ଜଣିଆ ଟିମ ଏହି ରେଡରେ ରହିଛନ୍ତି।ଢେଙ୍କାନାଳର ଜଣେ ଟ୍ରକ ମାଲିକଙ୍କ ଠାରୁ ଦୁଇଦିନ ତଳେ ୧୫ ହଜାର ଟଙ୍କା ଲାଞ୍ଚ ନେଇଥିଲେ।ଆଜି ପୁଣି ଆଉ ୩୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଛି କଟକ ସ୍ପେଶାଲ ଭିଜିଲାନ୍ସ ଟିମ ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published. Required fields are marked *