ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ଲହରଙ୍ଗାନଦୀ ପୋଲ ଉପରେ ଫସିଗଲା ତାଜ୍ ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Spread the love

ରାଜଗାଙ୍ଗପୁର, (ଦଶରଥ ପୋଡ଼): ସମ୍ବଲପୁର ଜିଲ୍ଲାର ବାମରା ବ୍ଳକ ଅଧୀନରେ ଥିବା ପିଣ୍ଡାପଥର ଲହରଙ୍ଗାନଦୀରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ପୋଲଉପରେ ୩ଫୁଟ ଉଚ୍ଚରେ ନଦୀଜଳ ପ୍ରବାହିତ ହେଉଥିଲା‌ । ଯାହାଫଳରେ ପିଣ୍ଡାପଥର ପଞ୍ଚାୟତ ଏବଂ କୁଟାରୀମାଲ ପଞ୍ଚାୟତ ବିଛିନ୍ନ ହୋଇଯାଇଥିଲା । ଗତକାଲି ଅପରାହ୍ନ ୪ଟା ୩୦ସମୟରେ ଲହରଙ୍ଗାନଦୀ ପୋଲଉପରେ ୩ଫୁଟର ପାଣି ପ୍ରବାହିତ ହେଉଥିବାବେଳେ ରାଉରକେଲାରୁ ସୋଲ଼ ଅଭିମୁଖେ ଯାଉଥିବା ଯାତ୍ରୀବାହୀ ବସ ତାଜ୍ ପିଣ୍ଡାପଥର ଲହରଙ୍ଗାନଦୀ ପୋଲଉପରେ ଫସିଯାଇଥିଲା।

ଏହି ସମୟରେ ବସରେ ୪୦ରୁ ୫୦ଜଣ ଯାତ୍ରୀ ବସିଥିଲେ ।୩ଫୁଟ ଉଚ୍ଚରେ ପ୍ରବାହିତ ପୋଲ ଉପରେ ବସଟି ଫସିଥିବାରୁ ଯାତ୍ରୀମାନେ ଭୟଭୀତ ହୋଇ ଚିତ୍କାର କରୁଥିଲେ । ପରେ ସ୍ଥାନୀୟ ଯୁବକ ମାନେ ଆସି ବସର ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ପୋଲ ପାରି କରିଥିଲେ । ସ୍ଥାନୀୟ ଯୁବକ ମାନେ ଜେସିବିମେସିନ୍ ଆଣି ବସକୁ ମଧ୍ୟ ସୁରକ୍ଷିତ ଭାବରେ ପୋଲ ପାରି କରିଥିଲେ।

Leave a Reply

Your email address will not be published. Required fields are marked *