ବିଦ୍ୟୁତ୍ ସମସ୍ୟା ପ୍ରତିବାଦରେ ବିଦ୍ୟୁତ ଉପଭୋକ୍ତା ମିଳିତ ମଞ୍ଚର ବିକ୍ଷୋଭ

Spread the love

କଟକ: ବିଦ୍ୟୁତ ଶୁଳ୍କ ବୃଦ୍ଧି, ପ୍ରତ୍ୟାହର,ଘନ ଘନ ବିଦ୍ୟୁତ୍ କାଟ,ଲୋ –ଭୋଲଟେଜ୍ ସମସ୍ୟା ଦୂର କରିବା,ମିଟର ରିଡଂ ଓ ଦୂରକରିବା,ତଳକୁ ଝଲି ରହିଥିବା  ତାରକୁ ଉପରକୁ ଉଠାଇବା,ପୁରୁଣା ତାରକୁ ବଦଳାଇ ନୂଆ ଲଗାଇବା, ବିଦ୍ୟୁତ୍ ଉପଭୋକ୍ତା ମାନଙ୍କୁ ରିହାତି ସମୟ ୭ ଦିନ ପରିବର୍ତ୍ତେ ୧ ମାସକୁ ବୃଦ୍ଧି କରିବା ଦାୟୀତ୍ବ ଟାଟା କମ୍ପାନୀକୁ ହସ୍ତାନ୍ତର ନକରି ସରକାର ନିଜ ଅଧୀନରେ ରଖିବା ଆଦି ୮ ଦଫା ଦାବିରେ ବାରଙ୍ଗ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ଉପଭୋକ୍ତା ମିଳିତ ମଞ୍ଚ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।କରୋନା ସମୟରେ ଲୋକଙ୍କ ଦୂଦିନ ବେଳରେ କେନ୍ଦ୍ର  ଓ ରାଜ୍ୟ ସରକାର କରୋନାକୁ ଢାଲକରି  ଜନବିରୋଧି ନିତି ଆଣି କମ୍ପାନୀ ମାନଙ୍କ ମୁନାଫାକୁ ଗୁରୁତ୍ବ ଦେଉଥିବା ବିକ୍ଷେଭ କାରୀମାନେ ମତ ରଖିଥିଲେ। ଗୋଟିଏ ପଟେ ବିଦ୍ୟୁତ୍ ବିଭାଗ କ୍ଷତିରେକହୁଥିବା ବେଳେ ବଡ ବଡ କମ୍ପାନୀଙ୍କ ଶୁଲ୍କ ଆଦାୟ ଛଡ କରାଯାଉଛି ବୋଲି ମିଳିତ ମଞ୍ଚର ନେତାମାନେ କହିଥିଲେ। ଏହି ବିକ୍ଷୋଭ ସଭାରେ ବିଦ୍ୟୁତ୍ ଉପଭୋକ୍ତା ମିଳିତ ମଞ୍ଚର ଆବାହକ ରାଜକିଶୋର ମଲିକ,ବସନ୍ତ ନାୟକ,ସିଦ୍ଧାଥଁ ରଥ,ଅଶୋକ ବେହେରା,ଟିକା ସାମଲ,ଧିରେନ୍ଦ୍ର ପଣ୍ଡା,ନବ କୁମାର ନାୟକ,ଲଳିତ ମହାପାତ୍ର,ଅଭିରାମ ବେହେରା,ଅନ୍ତର୍ଜ୍ୟାମୀ ବେହେରା,ଭାଗ୍ୟଶ୍ରୀ ପ୍ରଧାନ ରାଜେଶ ରାଉତ,ବିରେନ ପାଇଟାଲ,କାଳନ୍ଦୀ ବେହେରା ପ୍ରମୂଖ ଯୋଗ ଦେଇଥିଲେ। ଶେଷରେ  ଆନ୍ଦୋଳନକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ବାରଙ୍ଗ ବିଦ୍ୟୁତ୍ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଜରୀଆରେ ପ୍ରେରଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *