ସିଲଭର ସିଟି କଟକରେ ଏନକାଉଣ୍ଟର

Spread the love

କଟକ, (ନାଗରାଜ ନ୍ୟୁଜ): ସିଲଭର ସିଟି କଟକରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ରାକା ଓରଫ ରାକେଶ ଦାସକୁ ଏନକାଉଣ୍ଟର କରାଯାଇଥିବା ସୂଚନା ମିଳିଛି । କମିଶନରେଟ ପୁଲିସ କରିଛି ଏହି ଏନକାଉଣ୍ଟର । ସୂଚନା ଅନୁଯାୟୀ, ଦୁର୍ଦ୍ଦାନ୍ତ ଅପରାଧୀ ରାକା ବାହାରେ ବୁଲୁଥିବା ନେଇ ଖବର ପାଇଥିଲା ପୁଲିସ । ରାକାର ପିଛାକରି ପୋଲିସ କଟକ ୪୨ ମୌଜା କନ୍ଦରପୁର ଥାନା ପରମହଂସନାଥ ମନ୍ଦିର ନିକଟସ୍ଥ ନଦୀ ବନ୍ଧରେ ରାକାକୁ ପାଇଥିଲେ । ପୁଲିସ ରାକାକୁ ଧରିବାକୁ ଚେଷ୍ଟା କରିବାରୁ ସେ ପୋଲିସ ଉପରକୁ ଗୁଳିଚାଳନା କରିଥିଲା ।

 

ପୁଲିସର ପାଲଟା ଗୁଳିଚାଳନାରେ ଆହତ ହୋଇଛି ରାକା । ଆହତ ଅବସ୍ଥାରେ ରାକାକୁ କଟକ ଏସସିବିରେ ଭର୍ତ୍ତି କରାଯାଇଛି । ଏଥିସହ ତା’ଠୁ ପୋଲିସ ଗୋଟିଏ ବନ୍ଧୁକ ଓ ୩ ରାଉଣ୍ଡ ଗୁଳି ମଧ୍ୟ ଜବତ କରିଛି । ତେବେ ରାକା ନାଁରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ରହିଛି ।

Leave a Reply

Your email address will not be published. Required fields are marked *