ଖାନନଗର ସରକାରୀ ଉଚ୍ଚ ବିଦ୍ୟାଳୟରେ ପରିବେଶ ସଚେତନତା କାର୍ଯ୍ୟକ୍ରମ

Spread the love

କଟକ,(ନାଗରାଜ ନ୍ୟୁଜ): ରାଜ୍ୟ ପରିବେଶ ଅଧ୍ୟୟନ କେନ୍ଦ୍ର, ଭୂବନେଶ୍ୱର ଓ ଅଙ୍ଗୀକାର ଫାଉଂଡେସନ ର ମିଳିତ ଆନୁକୂଲ୍ୟରେ ଖାନନଗର ସରକାରୀ ଉଚ୍ଚବିଦ୍ୟାଳୟ ରେ ବୃକ୍ଷରୋପଣ,ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ରାଲି, ସଫେଇ ଏବଂ ପରିବେଶ ସୁରକ୍ଷା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି! ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ ଙ୍କ ପ୍ରତ୍ୟକ୍ଷ ପରିଚାଳନା ରେ ଅନୁଷ୍ଠିତ ଏହି ସମସ୍ତ କାର୍ଯ୍ୟକ୍ରମ ରେ ଅଙ୍ଗୀକାର ଫାଉଣ୍ଡେସନ ର ପ୍ରତିଷ୍ଠାତ୍ରୀ ଅଧ୍ୟକ୍ଷା ପି.ଉପାସନା ରାଓ, ମୂଖ୍ୟ ଅତିଥି , ସି. ଇ. ଏସ ର ମୂଖ୍ୟ ନୋଡାଲ ଅଫିସର ପ୍ରଭାତ ମୋହନ ଦାଶ ମୂଖ୍ୟବକ୍ତା, ବରିଷ୍ଠ ପରିବେଷବିତ ଡ଼. ଅର୍ଜୁନି ଚରଣ ବିଶ୍ୱାଳ ବିଶିଷ୍ଟ ଅତିଥି ଏନ, ଡ଼. ସଚ୍ଚିଦାନନ୍ଦ ପ୍ରଧାନ ଓ ସି. ଇ. ଏସ ର କୋଅରଡିନେଟର ଭରତ ଚନ୍ଦ୍ର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ! ବିଦ୍ୟାଳୟ ର ଇକୋ କଲୁନା ଏନର୍ଜି କ୍ଲବ ର ସଭ୍ୟ ଛାତ୍ରଛାତ୍ରୀ ମନେ ଅତିଥି ମାନଙ୍କ ଉପସ୍ଥିତି ରେ ସଚେତନତା ରାଲି, ସଫେଇ ଓ ବୃକ୍ଷରୋପଣ କରିବା ସହିତ ପରିବେଶ ସୁରକ୍ଷା ଆଲୋଚନାଚକ୍ର ରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ! ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଗୀତାରାଣୀ ସାହୁ, ଡ଼. ସୁଜାତା ମହାପାତ୍ର, ଦୀପ୍ତିବାଳା ସାହୁ, କଳ୍ପନା ମିଶ୍ର,ଅଞ୍ଜଳି ସାହୁ, ବିଜୟାଲକ୍ଷ୍ମୀ ସାହୁ,ପ୍ରିୟମ୍ବଦା ବେହେରା, ଶିକ୍ଷକଜୟଧର୍ମ ସେନାପତି,ଜଗବନ୍ଧୁ ମଲ୍ଲିକ, ରଂଜିତ ଦାସ, ସତ୍ୟଜିତ ରାଉତ, ତ୍ରିନାଥ ସେଠି ପ୍ରମୁଖ କାର୍ଯ୍ୟକ୍ରମ ର ସଫଳତା ପାଇଁ ସକ୍ରିୟ ସହଯୋଗ କରିଥିଲେ! ଛାତ୍ରଛାତ୍ରୀ ମାନଙ୍କର ଏହି ପରିବେଶ ସୁରକ୍ଷା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ କୁ ସ୍ଥାନୀୟ ମୁରବୀ, ଅଭିଭାବକ ତଥା ଜନସାଧାରଣ ଭୁୟସୀ ପ୍ରଶଂସା କରିଥିଲେ!

 

Leave a Reply

Your email address will not be published. Required fields are marked *