ସିଟି ମହାବିଦ୍ୟାଳୟରେ ପରିବେଶ ସୁରକ୍ଷା ଅଭିଯାନ

Spread the love

କଟକ,(ନାଗରାଜ ନ୍ୟୁଜ): ସ୍ଥାନୀୟ ନେତାଜୀ ସୁଭାଷ ସ୍ମାରକୀ ସିଟି ମହାବିଦ୍ୟାଳୟରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ପରିବେଶ ସୁରକ୍ଷା ଅଭିଯାନର ଶୁଭାରମ୍ଭ ହୋଇଯାଇଛି। ଅଧ୍ୟକ୍ଷ ଡଃ ସରୋଜ ଦେଓଭଞ୍ଜଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ୍, ସାମାଜିକ କର୍ମୀ,ପୂର୍ବତନ ବିଧାୟକ ତଥା ପ୍ରେରଣାର ପ୍ରତିଷ୍ଠାତା ସଭାପତି ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଓ ଓଡିଶା ପାଇକ ସଂଗଠନର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ ଅତିଥି ଭାବେ ଯୋଗଦେଇଥିଲେ। ପ୍ରଥମେ ଅତିଥି ମାନେ ପରିସରରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ବୃକ୍ଷରୋପଣ କରିଥିଲେ ।

ଅଧ୍ୟକ୍ଷ ଆୟୋଜିତ ଉତ୍ସବରେ ସ୍ଵାଗତ ଭାଷଣ ଦେଇଥିଲେ। ପ୍ରାଧ୍ୟାପକ ଡଃ ଧରଣୀଧର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଦେଶର ଶକ୍ତି ଓ ସମ୍ପତ୍ତି।ପରିବେଶ ସୁରକ୍ଷା ପାଇଁ ମଞ୍ଜି ବ୍ୟାଙ୍କ ସ୍ଥାପନ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।ଅଧ୍ୟକ୍ଷଙ୍କ ନଦୀ ସୁରକ୍ଷା ପ୍ରସ୍ତାବକୁ ଗ୍ରହଣ କରି ଡଃ ଶ୍ରୀଚନ୍ଦନ କଲେଜର ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାଙ୍କୁ ନେଇ ନଦୀକୂଳ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। କଲେଜ ତରଫରୁ ଆଗାମୀ ୧୩ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଆଜାଦ କା ଅମୃତ ମହୋତ୍ସବ ପ୍ରଭାତ ଫେରୀ କାର୍ଯ୍ୟକ୍ରମ ଅବସରରେ ଚାରା ବିତରଣ କରିବାକୁ ଆବଶ୍ୟକ ଚାରା ଯୋଗାଇଦେବାକୁ ସେ ସମ୍ମତି ପ୍ରଦାନ କରିଥିଲେ। ଡଃ ପ୍ରକାଶ ଶ୍ରୀଚନ୍ଦନ ଛାତ୍ରଛାତ୍ରୀ ଅଧ୍ୟାପକ କର୍ମଚାରୀଙ୍କୁ ପରିବେଶ ସୁରକ୍ଷା ଶପଥ ପାଠ କରାଇଥିଲେ। ପ୍ରାଧ୍ୟାପକ ଡଃ ସତ୍ୟପ୍ରିୟ ମହାନ୍ତି, ଡଃ ସନ୍ତୋଷ କୁମାର ସାମଲ,ଅମିତା ଦାସ, ଡ଼ି ଅରୁଣ କୁମାର ଦାଶ, ଡଃ ରେଖା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପ୍ରାଧ୍ୟାପିକା ଅମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *