ୟୁଜି ଓ ପିଜି ଛାତ୍ରଛାତ୍ରୀମାନଙ୍କ ପାଇଁ ଅନଲାଇନରେ ପରୀକ୍ଷା ନେଇ ଚାଲିଛି ବ୍ୟାପକ ବ୍ୟବସ୍ଥା: ଅରୁଣ ସାହୁ

Spread the love

ଭୂବନେଶ୍ଵର: ରାଜ୍ୟରେ କରୋନା ମହାମାରୀ ପାଇଁ ଦ୍ଵାଦସ ଓ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ହୋଇଥିବାବେଳେ ଅଣ୍ଡର ଗ୍ରାଜୁଏଟ୍ (ୟୁଜି) ଏବଂ ପୋଷ୍ଟ ଗ୍ରାଜୁଏଟ୍ (ପିଜି) ପରୀକ୍ଷା ଅନଲାଇନରେ ହେବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଥିଲେ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଶୁକ୍ରବାର ସୂଚନା ଦେଇଛନ୍ତିଯେ, ଅନଲାଇନ୍ ପରୀକ୍ଷା କିପରି ବିନା ଅସୁବିଧାରେ ଚାଲିବ ସେଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଉଛି।

ଆଜି ଅନୁଷ୍ଠିତ ଡିଗ୍ରୀ କଲେଜ ପ୍ରିନ୍ସିପାଲଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ସାହୁ କହିଛନ୍ତିଯେ, ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେବା ଏବଂ ସେମାନଙ୍କୁ ଆଗାମୀ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ଦାୟିତ୍ବରେ କଲେଜ କର୍ତ୍ତୃପକ୍ଷଙ୍କୁ ଦିଆଯାଇଛି।

ଆମେ ମେଣ୍ଟରିଂ ସିଷ୍ଟମ ଆରମ୍ଭ କରିବାକୁ ପରାମର୍ଶ ଦେଇଛୁ । ଏହା ଅଧୀନରେ ଶିକ୍ଷକମାନେ ଦାୟିତ୍ବ ଗ୍ରହଣ କରିବେ ଏବଂ ଛାତ୍ରଛାତ୍ରୀମାନେ କୌଣସି ଅସୁବିଧାରେ କିପରି ପରୀକ୍ଷା ଦେଇପାରିବେ ତାହା ନିଶ୍ଚିତ କରିବେ ବୋଲି ସାହୁ କହିଛନ୍ତି।

ଯୋଜନା ଅନୁଯାୟୀ, ଜଣେ ଶିକ୍ଷକଙ୍କୁ ୮ଜଣ ଛାତ୍ରଙ୍କୁ ଦାୟିତ୍ବ ଦିଆଯିବ। ଶିକ୍ଷକମାନେ ଛାତ୍ରମାନଙ୍କ ସହ ଯୋଗାଯୋଗ କରିବେ ଏବଂ ଦେଖିବେ ଯେ କୌଣସି ଅସୁବିଧା ନକରି ସେମାନେ ଅନଲାଇନ୍ ପରୀକ୍ଷା ଦେବେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *