ରାଉରକେଲାରେ କାଳବୈଶାଖୀର ଭୟଙ୍କର ପ୍ରକୋପ

Spread the love

ରାଉରକେଲା: ଗତକାଲି ସନ୍ଧ୍ୟା ସମୟରେ ରାଉରକେଲା ସହରରେ ହଠାତ୍ ପ୍ରବଳ ଜୋରରେ ପବନ ସହ ବର୍ଷା ଓ ଘଡଘଡି ଆରମ୍ଭ ହୋଇ ଯାଇଥିଲା। ଏତେ ଜୋରରେ ପବନ ବହିବା ଦ୍ୱାରା ବଡ଼ ବଡ଼ ଗଛ ଉପୁଡ଼ି ରାସ୍ତା ଓ ଘର ଉପରେ ପଡିଥିଲା । କିଛି ଲୋକଙ୍କ ଘରଭାଙ୍ଗିବା ସହ ଚାରି ଚକିଆ,ଦୁଇ ଚକିଆ ଉପରେ ମଧ୍ୟ ଗଛ ପଡ଼ି ନଷ୍ଟ ହୋଇ ଯାଇଛି। କିଛି ଜାଗାରେ ବିଦ୍ୟୁତ୍ ଖୁଣ୍ଟ ମଧ୍ୟ ଉପୁଡ଼ି ପଡ଼ିଥିବାରୁ ବିଦ୍ୟୁତ୍ ସରାବାରୋହକୁ ବନ୍ଦ କରାଯାଇଥିଲା। ବିଶାଳକାୟ ଗଛ ଉପୁଡିବା ଦ୍ୱାରା ରାସ୍ତା ଘାଟ ମଧ୍ୟ ବନ୍ଦ ହୋଇଯାଇଥିଲା। କୋଏଲ ନଗର, ଶକ୍ତି ନଗର, ଆମ୍ବଗନ୍,ବାସନ୍ତୀ କଲୋନୀ ,ଜଗଦା, ଝିର୍ପାନି ଅଞ୍ଚଳ ମାନଙ୍କରେ ପ୍ରବଳ କ୍ଷୟକ୍ଷତି ହୋଇଛି। ପନ୍ଦର ମିନିଟରେ ଏହି ବର୍ଷା ପବନ ଦ୍ୱାରା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର କ୍ଷୟକ୍ଷତି ହୋଇଛି ଲୋକମାନଙ୍କର। ବିଦ୍ୟୁତ୍ ସେବା ବନ୍ଦ ରହିବାରୁ ଲୋକମାନେ ବହୁତ୍ ହଇରାଣ ହୋଇଥିଲେ। ଆଜି ସକାଳୁ ଗଛ କାଟି ରାସ୍ତା ସଫେଇ କାମ ହେଉଥିବାର ଦେଖିବାକୁ ମିଳିଥିଲା।

ରାଉରକେଲାରୁ କ୍ୟାମେରାମ୍ୟାନ ମୃତୁଞ୍ଜୟ ସହ ଅମ୍ରିତା ପ୍ରିୟଦର୍ଶିନୀଙ୍କ ରିପୋର୍ଟ୍ ନାଗାରାଜ ନ୍ୟୁଜ

Leave a Reply

Your email address will not be published. Required fields are marked *