ପାୱର ମହୋତ୍ସବ

Spread the love

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ଟାଉନ ହଲ ଠାରେ ଜିଲ୍ଲା ପ୍ରଶାସନ ଏବଂ ପିଜିସିଆଇଏଲ, ଓପିଟିସିଏଲ , ଟିପିସିଓଡିଏଲ ର ମିଳିତ ସହଯୋଗରେ ଆଜାଦୀକା ଅମୃତ ମହୋତ୍ସବ ପାଳନ ଅବସରରେ ଉଜ୍ଜ୍ୱଳ ଭାରତ, ଉଜ୍ଜ୍ୱଳ ଭବିଷ୍ୟ ପାୱାର ବିଦ୍ୟୁତ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଚି। ଏଥିରେ ମୁଖ୍ୟ ଅତିଥି ଭାବେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗ ଦେଇ ବିଦ୍ୟୁତ ର ସଦ ବ୍ୟବହାର ଓ ବିଦ୍ୟୁତ ସଂଚୟ ନେଇ ପ୍ରତ୍ୟେକ ସଚେତନ ହେଲେ ଭବିଷ୍ୟତ ପାଇଁ ଶକ୍ତି ସଂଚୟ କରାଯାଇ ପାରିବ ବୋଲି କହିଛନ୍ତି।। ଶ୍ରୀ ଷଡ଼ଙ୍ଗୀ ଆଜିର ସମୟରେ ବିଜୁଳି ଏକ ଅପରିହାର୍ଯ୍ୟ ଆବଶ୍ୟକତା ହୋଇ ପଡ଼ିଛି। ଅତୀତରେ ବିଦ୍ୟୁତ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିବା ସହ ଉପଭୋକ୍ତା ମାନଙ୍କ ସହ ସୁସମନ୍ୱୟ ଓ ସୁସମ୍ପର୍କ ରକ୍ଷା ଉପରେ ସେ ଗୁରୁତ୍ବ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶ୍ରୀ ପ୍ରଦୀପ କୁମାର ସାହୁ, ପୁରୀ ପୈାର ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ସ୍ୱାଇଁ ଓ ପୁରୀ ସଦର ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଦିବାକର ପାତ୍ର ,ପାୱାର ଗ୍ରୀଡର ନିର୍ବାହୀ ନିର୍ଦେଶକ ଶ୍ରୀ ଆଲୋକ ,ଓପିଟିସିଏଲ ର ଜି ଏମ୍ ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ ଏଥିରେ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ସଚେତନ ହୋଇ ବିଜୁଳି ର ସୁରକ୍ଷା ଓ ସଦ ବ୍ୟବହାର ପାଇଁ ଅନୁରୋଧ କରିଥିଲେ।

ପାୱାର ଗ୍ରିଡର ଜି ଏମ୍ ଶ୍ରୀମତୀ ଶକୁନ୍ତଳା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପୁରୀ ଟିପିସିଓଡିଏଲ ର ନିର୍ବାହୀ ଯନ୍ତ୍ରୀ ଶ୍ରୀ ସ୍ମୃତି ରଞ୍ଜନ ସ୍ୱାଇଁ ଓ ଅନ୍ୟାନ୍ୟ ଅଧିକାରୀ, କର୍ମଚାରୀ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଏହି ଅବସରରେ ଉପଭୋକ୍ତା ମାନେ ବିଦ୍ୟୁତ ସଂସ୍କାର ସମ୍ପର୍କରେ ବିବିଧ ମତାମତ ପ୍ରଦାନ କରିଥିଲେ। ଶକ୍ତି କ୍ଷେତ୍ରରେ ସଚେତନତା ପାଇଁ କ୍ଷୁଦ୍ର ଚଳଚ୍ଚିତ୍ର,ନୁକ୍କଡ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *